ବାରବାଟୀକୁ ମିଳିଲା ଟେଷ୍ଟ ଭେନ୍ୟୁ ମାନ୍ୟତା । ପୂର୍ବରୁ ଦିନିକିଆ ପାଇଁ ଅନୁମତି ମିଳିଥିବା ବେଳେ ବାରବାଟୀରେ ଟେଷ୍ଟ ମ୍ୟାଚ ଖେଳାଯିବା ନେଇ ଅନୁମତି ମିଳିଛି । ଏନେଇ ସୂଚନା ଦେଇଛନ୍ତି ଓସିଏ ସମ୍ପାଦକ ଆଶୀର୍ବାଦ ବେହେରା ।
Kanak News is now on WhatsApp
Join and get latest news updates delivered to you via WhatsApp
ଆଜି ବିସିସିଆଇର ଆନୁଆଲ ଜେନେରାଲ ବଡି ମିଟିଂରେ ବାରବାଟୀକୁ ଟେଷ୍ଟ ଭେନ୍ୟୁ ମାନ୍ୟତା ମିଳିବା ନେଇ ଘୋଷଣା କରାଯାଇଛି । ଏଣିକି ୫ ଦିନିଆ କ୍ରିକେଟର ମଜା ନେଇ ପାରିରେ ଓଡିଆ ଦର୍ଶକ । ତେବେ ଏହି ମାନ୍ୟତା ଗୋଟିଏ ବର୍ଷ ଆଗରୁ ମିଳିବାର ଥିଲା। ହେଲେ ବାରବାଟୀରେ ବୋତଲ ମାଡ ଘଟଣା ଯୋଗୁଁ ଟେଷ୍ଟ ଭେନ୍ୟୁକୁ ବାତିଲ କରାଯାଇଥିଲା ବୋଲି କହିଛନ୍ତି ଆଶୀର୍ବାଦ ବେହେରା । ୨୦୧୫ ଅକ୍ଟୋବର ୫ରେ ଇଣ୍ଡିଆ-ସାଉଦ୍ ଆଫ୍ରିକା ମ୍ୟାଚ୍ରେ ଟିମ୍ ଇଣ୍ଡିଆର ପରାଜୟ ପରେ ବାରବାଟୀରେ ବୋତଲ ମାଡ ହୋଇଥିଲା । ଯାହାକୁ ନେଇ ଟେଷ୍ଟ ଭେନ୍ୟୁରୁ ବାଦ ପଡିଥିଲା ବାରବାଟୀ।