ଏବେ ଗୋଟିଏ କ୍ଲିକରେ ସନ୍ନିଙ୍କ ହଟ୍ ଫଟୋ ଦେଖିପାରିବେ ପ୍ରଶଂସକ ! ଲଂଚ୍ କଲେ ନିଜର ଆପ୍

21

ଲୋକପ୍ରିୟତାର ଶିଖରରେ ଥିବା ସନ୍ନି ଲିଓନି ଏବେ ନିଜ ପ୍ରଶଂସକଙ୍କ ପାଇଁ ଆଣିଛନ୍ତି ଏକ ଖୁସି ଖବର । ନିଜର ଏକ ଆପ୍ ଲଂଚ୍ କରିଛନ୍ତି ଏହି ପର୍ଣ୍ଣଷ୍ଟାର୍ । ଆଉ ଏହି ଆପ୍ ଜରିଆରେ କେବଳ ଗୋଟିଏ କ୍ଲିକରେ ତାଙ୍କ ଫଟୋ ଡାଉନଲୋଡ୍ କରିପାରିବେ ତାଙ୍କ ପ୍ରଶଂସକ । ଏହା ସହ ଜାଣିପାରିବେ ସନ୍ନିଙ୍କ ବିଷୟରେ କିଛି ଜଣା ଓ ଅଜଣା କଥା । କାରଣ ଏହି ଆପ୍ ଜରିଆରେ ସନ୍ନିଙ୍କ ସହ ସିଧାସଳଖ ଯୋଡି ହୋଇ ପାରିବେ ତାଙ୍କ ପ୍ରଶଂସକ  ।

ଆପ ଲଂଚ୍ ପରେ ସେ ବଲିଉଡ୍ ଜଗତର ଅନେକ ଅଜଣା ଓ ଅକୁହା ମଧ୍ୟ ସେୟାର କରିଛନ୍ତି । ସନ୍ନି ଲିଓନିଙ୍କ ଏହି ଆପକୁ ତିଆରି କରିଛି ଏକ ନ୍ୟୁୟର୍କ କମ୍ପାନୀ । ବିଭିନ୍ନ ଗଣମାଧ୍ୟମରେ ନିଜର ସ୍ଥିତିକୁ ସୁଦୃଢ କରିବା ପାଇଁ ସେ ଏପରି ଏକ ନିଆରା ପଦକ୍ଷେପ ନେଇଛନ୍ତି ବୋଲି ଜଣାପଡିଛି । ତେବେ ଏହି ଆପ୍ ଜରିଆରେ ପର୍ଣ୍ଣ ସିନେମା ଦେଖିବାକୁ ଚାହୁଁଥିବା ଦର୍ଶକଙ୍କୁ ନିରାଶ ହେବାକୁ ପଡିବ ।