ପାନୀୟ ଜଳ ସମସ୍ୟା ନେଇ ରାସ୍ତାରୋକ୍ : ରଙ୍ଗମାଟିଆ ଓ ବନ୍ୟା ସାହି ଗ୍ରାମବାସୀଙ୍କ ରାସ୍ତାରୋକ

51

କନକ ବ୍ୟୁରୋ : ପାଣି ପାଇଁ ରାସ୍ତାରୋକ । ଢ଼େଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ରଙ୍ଗମାଟିଆ ଓ ବନ୍ୟାସାହିର ଲୋକମାନେ ପାଣି ପାଇଁ ୫୩ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି । ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବାବେଳେ ପାଇପରେ ପାଣି ନଆସିବାରୁ ମହିଳାମାନେ ଗରା, ବାଲଟି ଧରି ରାସ୍ତା ଅବରୋଧ କରିଛନ୍ତି ।

ରାସ୍ତା ଅବରୋଧ କାରଣରୁ ଯାଜପୁର- ଭୁବନ- କାମାକ୍ଷାନଗର- ତାଳଚେର- ଅନୁଗୁଳ ରାସ୍ତାରେ ଯାତାୟତ ବାଧାପ୍ରାପ୍ତ ହୋଇଛି ।ଉୟୟ ଗାଁରେ ୧୭୦ ପରିବାର ବସବାସ କରୁଛନ୍ତି । ଗାଁକୁ ପାଇପ୍ ପାଣି ଯୋଗାଇ ଦିଆଯାଇଥିଲା କିନ୍ତୁ ଜାତୀୟ ରାଜପଥ ସମ୍ପ୍ରସାରଣ ହେଉଥିବା କାରଣରୁ ଠିକା କମ୍ପାନୀ ତରଫରୁ ରାସ୍ତାକାମ କରିବା ଦ୍ୱାରା ପାଇପ୍ ବିଛିନ୍ନ ହୋଇଯାଇଛି । ଯାହା ଫଳରେ ଆଉ ପାଣି ଯାଇପାରୁନାହିଁ ।