କନକ ବ୍ୟୁରୋ : ଆଜିଠାରୁ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ । ଆଜି ଠାରୁ ଲାଗୁ ହେଲା ମନ୍ଦିର ପ୍ରଶାସନର ନୂଆ ଏସଓପି  । କରୋନା ସ୍ଥିତିକୁ ଦେଖି ମନ୍ଦିର ପ୍ରଶାସନ ପକ୍ଷରୁ ନିଆଯାଇଛି ଏହି ନିଷ୍ପତ୍ତି । ମେ ୧୫ ଯାଏଁ କଟକଣା ବଳବତର ରହିବ । ସେପଟେ ଚଳିତବର୍ଷ ରଥଯାତ୍ରା ପାଇଁ ପ୍ରସ୍ତୁତ ଶ୍ରୀମନ୍ଦିର ପ୍ରଶାସନ । ନୟାଗଡ଼ ବନଖଣ୍ଡରୁ ଆଜି ତୃତୀୟ ପର୍ଯ୍ୟାୟରେ ଗୋଟିଏ ରଥକାଠ ବୋଝେଇ ଟ୍ରକ ପୁରୀରେ ଆସି ପହଂଚିଛି । ଏଥିରେ ସମୁଦାୟ ୧୭ଟି କାଠ ରହିଛି । ଚଳିତ ବର୍ଷ ରଥଯାତ୍ରା ପାଇଁ ମୋଟ ୮୬୫ ଖଣ୍ଡ କାଠ ଆବଶ୍ୟକ ଥିବା ବେଳେ ପୂର୍ବ ବର୍ଷ ୬୯ କାଠ ବଳକା ରହିଛି ।