‘ଓ’, ‘ଏ’, ‘ବି’ ଏବଂ ‘ଏବି’ ରକ୍ତବର୍ଗର ବ୍ୟକ୍ତିଙ୍କ ସ୍ୱଭାବ ହୋଇଥାଏ କିପରି? ଜାଣନ୍ତୁ . . .

84

ମନୁଷ୍ୟ ଓ ମନୁଷ୍ୟ ଶରୀରରେ ପ୍ରବାହିତ ରକ୍ତ ମଧ୍ୟରେ ଗଭୀର ସାମଞ୍ଜସ୍ୟ ରହିଛି । ତେବେ ମନୁଷ୍ୟ ଶରୀରରେ ପ୍ରବାହିତ ହେଉଥିବା ୪ଟି ବର୍ଗର ରକ୍ତ ଯଥା, ‘ଓ’, ‘ଏ’, ‘ବି’ ଏବଂ ‘ଏବି’ର କିଛି ନା କିଛି ସକରାତ୍ମକ ଗୁଣ ରହିଛି । ଆଜି ଆମେ ଆପଣଙ୍କୁ ସେ ସଂପର୍କରେ ଜଣାଇବାକୁ ଯାଉଛୁ । ତେବେ ଆସନ୍ତୁ ଜାଣିବା ।

‘ଏ’ ରକ୍ତଧାରୀ ବ୍ୟକ୍ତିମାନେ ପ୍ରାୟତଃ ଟିକେ ବିବେକି ଏବଂ ଅଧିକ ସଂଗଠିତ ଅଟନ୍ତି । ଏମାନେ ସବୁବେଳେ ନିଜ କାମ ତଥା ଯୋଜନା ଉପରେ ଅଧିକ କ୍ରିୟାଶୀଳ ଅଟନ୍ତି । ତେବେ ଏହି ବର୍ଗର ବ୍ୟକ୍ତିମାନେ ସାଧାରଣତଃ ନିଜର ବ୍ୟକ୍ତିଗତ ମତକୁ ଅଧିକ ଗୁରୁତ୍ୱ ଦେଇଥାନ୍ତି । ଏବଂ ଆତ୍ମ ନିର୍ଭରଶୀଳ ହେବାକୁ ପସନ୍ଦ କରନ୍ତି ।

ସେହିପରି ‘ବି’ ବର୍ଗର ରକ୍ତଧାରୀ ବ୍ୟକ୍ତିମାନେ ଟିକେ ଅଧିକ ଆଶାବାଦୀ, ଦାୟିତ୍ୱବାନ ଏବଂ ବହୁତ କମ୍ ଉଦାସୀନ ଅଟନ୍ତି । ଦୟାଳୁ, କୋମଳ ହୃଦୟ ଭରା ଏହି ବ୍ୟକ୍ତିମାନଙ୍କ ମନୋଦଶା ବହୁତ ଶୀଘ୍ର ପରିବର୍ତ୍ତନ ହୋଇ ଯାଇଥାଏ । ଏମାନେ ବହୁତ ଉତ୍ସାହି ତଥା ମଧୁର କଥାବର୍ତ୍ତା କରିବାରେ ସିଦ୍ଧହସ୍ତ । ସୃଜନାତ୍ମକ ଗୁଣରେ ଏମାନେ ଭରପୁର ଅଟନ୍ତି ।

ଅନ୍ୟପଟରେ ‘ଏବି’ ରକ୍ତ ନେଇ ଜନ୍ମ ହୋଇଥିବା ବ୍ୟକ୍ତିମାନେ ଦୈତ୍ୟଗୁଣର ଅଧିକାରୀ ଅଟନ୍ତି । ଏମାନେ ‘ଏ’ ରକ୍ତ ବର୍ଗଧାରୀ ବ୍ୟକ୍ତିଙ୍କ ଭଳି ନେତୃତ୍ୱ ନେବାରେ ପସନ୍ଦ ରଖିଥାନ୍ତି । ଏବଂ ‘ବି’ ବର୍ଗର ରକ୍ତଧାରୀଙ୍କ ପରି ଜୀବନକୁ ଆନନ୍ଦ ସହକାରେ ନିର୍ବାହ କରିଥାନ୍ତି । ତେଣୁ ଏମାନେ ସ୍ଥିତିଜନ୍ୟ ଏବଂ ଏମାନଙ୍କ କାର୍ଯ୍ୟ ଦକ୍ଷତା ଜବରଦସ୍ତ ଥାଏ । ଏଥିସହ ଅନେକ ପ୍ରକାର ସଉକ ରଖିବା ସହ ଏହି ବର୍ଗର ବାକ୍ତିମାନେ ଥଣ୍ଡା ମିଜାଜର ଅଟନ୍ତି । ଏମାନେ ବହୁତ ସରଳ ଓ ଦୟାଳୁ ଅଟନ୍ତି ।

ତେବେ ‘ଓ’ ଗ୍ରୁପର ଲୋକମାନେ ହୋଇଥାନ୍ତି ସବୁଠାରୁ ନିଆରା । ବିଶ୍ୱର ପ୍ରାୟ ୪୪ ପ୍ରତିଶତ ବ୍ୟକ୍ତି ଏହି ବର୍ଗର ରକ୍ତଧାରୀ ଅଟନ୍ତି । ପ୍ରଚୁର ଆତ୍ମବିଶ୍ୱାସୀ, କାର୍ଯ୍ୟ ସଂପାଦନ ପାଇଁ ସବୁବେଳେ ଚେଷ୍ଟିତ ଅଟନ୍ତି । ଏଥିସହ ସଦାସର୍ବଦା ହସମୁଖ, ସଂଗୀତ ପ୍ରିୟ ଓ ପରୋପକାରୀ ଅଟନ୍ତି । ଖାଲି ସେତିକି ନୁହେଁ ଏମାନଙ୍କ ଭାବନାତ୍ମକ ଗୁଣ ଓ ସହାନୁଭୂତି ଟିକେ ନିଆରା । ତା’ ସହ ଖରାପ ସମୟକୁ ଖୁସିରେ ଉପଭୋଗ ତଥା କାହା ଆଗରେ ନିଜର ଦୁଃଖକୁ ପ୍ରଘଟ ନକରିବା ଗୁଣ ପାଇଁ ଏହି ବର୍ଗର ବ୍ୟକ୍ତିମାନେ ହୋଇଥାନ୍ତି ସମସ୍ତଙ୍କଠାରୁ ପୁରା ଅଲଗା ।