ବନ୍ଦ ହୋଇଯିବ ହ୍ୱାଟସଆପ ! କଂପାନୀର ସୂଚନା, ୩୧ ଡିସେମ୍ବରରୁ ଆଉ କାମ କରିବନି ଏହି ମେସେଜିଂ ଆପ

61

ଇନଷ୍ଟାଂଟ ମେସେଜିଂ ଆପ ହ୍ୱାଟସଆପ ଏବେ ବିଶ୍ୱର ସବୁଠାରୁ ଲୋକପ୍ରିୟ ଆପ୍ ଭାବେ ପରିଗଣିତ ।  ଲୋକଙ୍କଠାରେ ଫେସବୁକକୁ ନେଇ ଯେତିକି ପାଗଳାମୀ ଦେଖାଦେଇଛି ସେତିକି ପାଗଳାମୀ ରହିଛି ହ୍ୱାଟସଆପ ଆପରେ । ମାତ୍ର ବଡ କଥା ହେଲା ଏହି ଲୋକପ୍ରିୟ ଆପଟି ବର୍ତ୍ତମାନ ବନ୍ଦ ହୋଇଯିବ । ଆଜ୍ଞା ହଁ ! ୩୧ ଡିସେମ୍ବରରୁ ଏବେ ଏହି ସେବା ସଂପୂର୍ଣ୍ଣ ଭାବେ ବନ୍ଦ ହୋଇଯିବ ।

ସୂଚନା ମୁତାବକ, ୩୧ ଡିସେମ୍ବରରୁ ଲୋକପ୍ରିୟ ଆପ ତଥା ହ୍ୱାଟସଆପ ଅନେକ ପ୍ଲାଟଫର୍ମରେ କାମ କରିବା ବନ୍ଦ କରିଦେବ । ଯାହାର ସୂଚନା ଖୋଦ୍ କଂପାନୀ ହିଁ ଦେଇଛି । କଂପାନୀ କହିବା ଅନୁସାରେ, ଏହି ମେସେଜିଂ ଆପ୍ ୩୧ ଡିସେମ୍ବରୁ ବ୍ଲାକବେରୀ ଓଏସ, ବ୍ଲାକବେରୀ ୧୦, ୱିଣ୍ଡୋ ଫୋନ ୮.୦ ଏବଂ ପୁରୁଣା ପ୍ଲାଟଫର୍ମକୁ ସପୋର୍ଟ କରିବା ବନ୍ଦ କରିଦେବ । ହ୍ୱାଟସଆପ ପକ୍ଷରୁ ମିଳିଥିବା ସଚନା ମୁତାବକ, ଏହି ସମସ୍ତ ପ୍ଲାଟଫର୍ମ ପାଇଁ ସକ୍ରିୟ ଭାବରେ କିଛି ଟେକନିକ୍ ଡେଭଲପ କରିପାରିବ ନାହିଁ । ଏପରିକି କିଛି ଫିଚର୍ସ କୌଣସି ବି ମୁହୂର୍ତ୍ତରେ ବନ୍ଦ ହୋଇପାରେ ।

ଡିସେମ୍ବର ୨୦୧୮ ପରେ ନୋକିଆ ଏସ୪୦ରେ ଚାଲିବ ନାହିଁ ହ୍ୱାଟସଆପ 

କଂପାନୀ ସୂଚନା ମୁତାବକ, ଏସମସ୍ତ ପ୍ଲାଟଫର୍ମରେ ସେ ପ୍ରକାରର କ୍ୟାପବିଲିଟିଜ୍ ଅଫର କାମ କରିନଥାଏ । ଯାହାର ଆବଶ୍ୟକତା ଆମେ ନିଜ ଆପର ଫିଚର୍ସର ବିସ୍ତାର ପାଇଁ ବ୍ୟବହାର କରିଥାଉ । କଂପାନୀ କହିଛି କି, ଯଦି ଏଥିରେ ଆପଣ କୌଣସି ଆଫେକ୍ଟେଡ ମୋବାଇଲ ବ୍ୟବହାର କରିନ୍ତି ତେବେ ଆମେ ଏକ ନୂଆ ଓଏସ ଭର୍ସନ କିମ୍ବା ନୂଆ ଆଣ୍ଡ୍ରଏଡ ରନିଂ ଓଏସ ୪.୦ ପ୍ଲସ, ଆଇଫୋନ ରନିଂ ଆଇଓଓସ୭ ପ୍ଲସ କିମ୍ବା ୱିଣ୍ଡୋ ଫୋନ ୮.୧ ପ୍ଲସ ଅପଗ୍ରେଡ କରିବାର ପରାମର୍ଶ ଦେଇଥାନ୍ତି । ହ୍ୱାଟସଆପ କହିଛି କି, ସେ ଡିସେମ୍ବର ୨୦୧୮ ପରେ ନୋକିଆ ଏସ୪୦ରେ ଆଉ କାମ କରିନ ପାରେ । ଏହାବ୍ୟତୀତ ୧ ଫେବୃଆରୀ ୨୦୨୦ ପରେ ଏହି ଆପ୍ ଆଣ୍ଡ୍ରଏଡ ଓଏସ ଭର୍ସନ ୨.୩.୭ କିମ୍ବା ଏହାଠାରୁ ପୁରୁଣା ଭର୍ସନରେ କାମ କରିବା ବନ୍ଦ ହୋଇଯିବ ।

ଏଠାରେ ଆମେ କହି ରଖୁଛୁ କି, ହ୍ଵାଟ୍ସଆପ ଏହି ବିଷୟରେ ୨୦୧୬ ମସିହାରୁ ଘୋଷଣା କରିସାରିଥିଲା । ପରେ ଏହାର ସମୟସୀମାକୁ ବଢ଼ାଇ ୩୦ ଜୁନ ୨୦୧୭ ରଖାଯାଇଥିଲା ବର୍ତ୍ତମାନ ଏହାକୁ ୨୦୧୭ ଡ଼ିସେମ୍ବର ୩୧ କରାଯାଇଛି। “ଏହି ନିର୍ଣ୍ଣୟ ଆମ ପାଇଁ ବହୁତ କଷ୍ଟକର ଥିଲା କିନ୍ତୁ ଏହା ଦ୍ୱାରା ଆପଣ ପରିବାର , ସାଙ୍ଗସାଥୀଙ୍କ ସହ ଆହୁରି ଭଲ ଭାବେ ଯୋଡ଼ି ହୋଇ ରହିପାରିବେ ଏବଂ ହ୍ଵାଟ୍ସଆପକୁ ଭଲ ଭାବେ ବ୍ୟବହାର କରିପାରିବେ । ଯଦି ଆପଣ ଏହି ମୋବାଇଲ ମଧ୍ୟରୁ କିଛି ବ୍ୟବହାର କରୁଛନ୍ତି ତେବେ ନୂତନ ଆଣ୍ଡ୍ରଏଡ଼ , ଆଇଫୋନ ଏବଂ ଓ୍ଵିଣ୍ଡୋଜ୍ ଫୋନ ବ୍ୟବହାର କରିବା ପାଇଁ ଅନୁରୋଧ କରୁଛୁ’, ହ୍ଵାଟ୍ସଆପ ଏହାର ବ୍ଲଗରେ ପୋଷ୍ଟ କରିଛି ।