ଗୋପାଳପୁର ବେଳାଭୂମିର ଦ୍ୱିତୀୟ ସନ୍ଧ୍ୟା ! ବଲିଉଡ ସଙ୍ଗୀତଜ୍ଞ ହିମେଶ ରେସମିଆଙ୍କ ଗୀତରେନାଚିଲେ ଦର୍ଶକ

31

କନକ ବ୍ୟୁରୋ: ରଙ୍ଗୀନ ହୋଇଛି ଗୋପାଳପୁର ବେଳାଭୂମି । ଜମୁଛି ଗୋପଳପୁର ବେଳାଭୂମି ମହୋତ୍ସବ-୨୦୧୭ । ପ୍ରଥମ ସଂଧ୍ୟାରେ ଓଡିଶାର କଣ୍ଠଶିଳ୍ପୀ ଅନନ୍ୟା ଶ୍ରୀତମ ନନ୍ଦ ଓ ସତ୍ୟଜିତ୍ ଜେନା ଦର୍ଶକଙ୍କୁ ଝୁମେଇଥିବା ବେଳେ ଦ୍ୱିତୀୟ ସନ୍ଧ୍ୟାରେ ଦର୍ଶକଙ୍କୁ ନଚେଇଛନ୍ତି ବଲିଉଡ ସଙ୍ଗୀତଜ୍ଞ ହିମେଶ ରେସମିଆ । ବେଳଭୂମୀ ମହୋତ୍ସବର ଦ୍ୱିତୀୟ ସଂଧ୍ୟା ସାଂସ୍କୃତିକ କାର୍ଯ୍ୟକ୍ରମ ଗଂଜାମର ଯୋଡି ସଂଖ ବାବଦନରୁ ଆରମ୍ଭ ହୋଇଥିଲା । ଏହାପରେ ପରେ ମଂଚକୁ ଆସିଥିଲେ କିଛି ନାମିଦାମୀ କଣ୍ଠଶିଳ୍ପୀ । ଦର୍ଶକଙ୍କ ନଜରରେ ଥିଲେ ବଲିଉଡ ସଙ୍ଗୀତଜ୍ଞ ହିମେଶ ରେସମିଆ ।

ଉଲ୍ଲେଖ ଥାଉ କି, ଗୋପାଳପୁର ବେଳାଭୂମି ମହୋତ୍ସବ-୨୦୧୭ର ଦ୍ୱିତୀୟ ସଂଧ୍ୟାରେ ଗତକାଲି ଲୋକଙ୍କର ଭିଡ ଜମିଥିଲା । ଗତକାଲିର ମେଗା ପ୍ରୋଗ୍ରାମରେ ବଲିଉଡର ପ୍ରଖ୍ୟାତ ସଂଗୀତକାର ହିମେଶ ରେସମିୟାଙ୍କ ଗୀତର ଯାଦୁ ଦେଖିବାକୁ ମିଳିଥିଲା । ରିମେଶଙ୍କ ଗୀତର ତାଳେ ତାଳେ ନାଚି ଉଠିଥିଲେ ଦର୍ଶକ ।

ଏହା ପୂର୍ବରୁ ଗୋପାଳପୁର ବେଳାଭୂମି ମହୋତ୍ସବ କମିଟି ଅଧ୍ୟକ୍ଷ ତଥା ଗୋପାଳପୁର ବିଧାୟକ ଡ. ପ୍ରଦୀପ କୁମାର ପାଣିଗ୍ରାହୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଘାଟନୀ କାର୍ଯ୍ୟକ୍ରମରେ ଅତିଥି ଭାବେ ପୂର୍ବତନ ଉପବାଚଷ୍ପତି ତଥା ଓଡିଶା ପ୍ଲାନିଂ ସମିସନର ସଦସ୍ୟ ରାମ ଚନ୍ଦ୍ର ପଣ୍ଡା, ବ୍ରହ୍ମପୁର ମେୟର କେ.ମାଧବୀ, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ଜୟନ୍ତ କୁମାର ମହାପାତ୍ର, ଗୋପାଳପୁର ବନ୍ଦର ଏମଡି ମନମୋହନ ମହାରାଣା ପ୍ରମୁଖ ଯୋଗ ଦେଇଥିଲେ ।