ସାଧନାଙ୍କୁ ମିଳିଲା ପାସପୋର୍ଟ ! ରାଜ୍ୟର ପ୍ରଥମ କିନ୍ନରଙ୍କୁ ମିଳିଲା ବିଦେଶ ଭ୍ରମଣର ସ୍ୱୀକୃତି

54

ରାଜ୍ୟର ପ୍ରଥମ କରି ଆଂଚଳିକ ପାସପୋର୍ଟ କାର୍ଯ୍ୟାଳୟ କିନ୍ନର ସାଧନା ମିଶ୍ରଙ୍କୁ ପାସପୋର୍ଟ ଇସୁ କରିଛି । ପୂର୍ବରୁ ମହିଳା ଓ ପୁରୁଷଙ୍କୁ ପାସପୋର୍ଟ ପ୍ରଦାନର ବ୍ୟବସ୍ଥା ଥିବା ବେଳେ ରାଜ୍ୟରେ ଏହା ହେଉଛି ପ୍ରଥମ ଘଟଣା । ତେବେ କିନ୍ନରମାନଙ୍କୁ ସାମାଜିକ ତଥା ମୌଳିକ ଅଧିକାରକୁ ନେଇ ସୁପ୍ରମକୋର୍ଟ ବିଭିନ୍ନ ରାୟ ଶୁଣାଇଥିବାବେଳେ ପାସପୋର୍ଟ ଭଳି ଏକ ଜରୁରୀ ପରିଚୟ ପତ୍ର କିନ୍ନମାନଙ୍କ ପାଇଁ ମନବଳ ବଢାଇବ ବୋଲି ଜଣାପଡିଛି ।

ସୂଚନା ମୁତାବକ, ସାଧନା ମିଶ୍ର ହେଉଛନ୍ତି ଓଡିଶାର ପ୍ରଥମ ଟ୍ରାନ୍ସଜେଣ୍ଡର, ଯାହାଙ୍କୁ ଟ୍ରାନ୍ସଜେଣ୍ଡର ଆଧାରରେ ପାସପୋର୍ଟ ମିଳିଛି । ସୁପ୍ରିମକୋର୍ଟର ନିଷ୍ପତ୍ତିି ପରେ ପାସପୋର୍ଟ ପାଇଁ ଆବେଦନ ପତ୍ରରେ ଲିଙ୍ଗ ବର୍ଗରେ ମହିଳା, ପୁରୁଷ ସହିତ ଟ୍ରାନ୍ସଜେଣ୍ଡରକୁ ସାମିଲ କରାଯାଇଛି ।

ଏଠାରେ ଆମେ କହି ରଖୁଛୁ କି, ସାଧନା ମିଶ୍ର କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ ସୋସିଆଲ ସାଇନ୍ସରେ ସ୍ପେଶାଲ ଅଫିସର ଡେଭଲପମେଂଟ ପଦବୀରେ କାର୍ଯ୍ୟରତ ଅଛନ୍ତି । ଏହି ସଂସ୍ଥାରେ ପାଖାପାଖି ୨୫ ହଜାରରୁ ଅଧିକ ଆଦିବାସୀ ପିଲାଙ୍କୁ ମାଗଣାରେ ଶିକ୍ଷା ପ୍ରଦାନ କରାଯାଏ । ତେବେ ଆଂଚଳିକ ପାସପୋର୍ଟ କେନ୍ଦ୍ରର ନିର୍ଦ୍ଦେଶକ ଦିଗବିଜୟ ଗିରିଙ୍କ ସୂଚନା ମୁତାବକ, ରାଜ୍ୟର ଏପ୍ରକାରର ଘଟଣା ହେଉଛି ପ୍ରଥମ । ଏହାପୂର୍ବରୁ ତଥା ୨୦୧୫ରେ ମହାରାଷ୍ଟ୍ରର ଜଣେ ସମାଜସେବୀ କିନ୍ନରଙ୍କୁ ପାସପୋଟର୍ଟ ମିଳିଥିଲା ।