ଅଫିସକୁ ସ୍ମାର୍ଟଫୋନ ଆଣିବା ଉପରେ ଲାଗିଲା କଟକଣା ! ନିୟମ ନ ମାନିଲେ ଦେବେ ଜରିମାନା

46

ଏଣିକି କର୍ମଚାରୀମାନେ କାର୍ଯ୍ୟାଳୟକୁ ଆଣିପାରିବେ ନାହିିଁ ସ୍ମାର୍ଟ ଫୋନ û ସରକାରୀ କାର୍ଯ୍ୟାଳୟରେ ସ୍ମାର୍ଟଫୋନ ବ୍ୟବହାର ଉପରେ ପ୍ରତିବନ୍ଧ ଲଗାଇଛନ୍ତି ରାଜସ୍ଥାନ ସରକାର । ଏହା ସହ ନିୟମଭଙ୍ଗ କଲେ ଜରିମାନା ମଧ୍ୟ ଦେବାକୁ ପଡିବ ବୋଲି ଘୋଷଣା ମଧ୍ୟ କରାଯାଇଛି । ତେବେ ଏହି ନିର୍ଦ୍ଦେଶାନାମା ଜାରି କରିଛନ୍ତି ଉଦୟପୁରର ଜଳ ସମ୍ବଳ ବିକାଶ ବିଭାଗ ।

ଜାତୀୟ ଗଣମାଧ୍ୟମ ଜନସତ୍ତାରେ ପ୍ରକାଶିତ ଖବର ମୁତାବକ, ଏହି ନିର୍ଦ୍ଦେଶାନାମାରେ ସ୍ପଷ୍ଟ କରାଯାଇଛି କି, କୌଣସି କର୍ମଚାରୀ ସ୍ମାର୍ଟଫୋନ ନେଇ ଅଫିସ ଆସି ପାରିବେ ନାହିଁ । ଅର୍ଥାତ ଜଳ ସମ୍ବଳ ବିଭାଗ ଅଧିକାରୀ କିମ୍ବା କର୍ମଚାରୀ ସକାଳ ୧୦ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ସ୍ମାର୍ଟ ଫୋନ ବ୍ୟବହାର କରି ପାରିବେ ନାହିଁ ।

ଏହି ନିର୍ଦ୍ଦେଶ କେବଳ ସରକାରୀ ଅଧିକାରୀ କିମ୍ବା କର୍ମଚାରୀ ପାଇଁ ନୁହେଁ ବରଂ ସାଧାରଣ ଜନତାଙ୍କ ପାଇଁ ମଧ୍ୟ ଲାଗୁ କରାଯାଇଛି । ନିର୍ଦ୍ଦେଶ ମୁତାବକ, ଯଦି କୌଣସି କର୍ମଚାରୀ ସ୍ମାର୍ଟଫୋନ ନେଇ ଅଫିସକୁ ଆସନ୍ତି ତେବେ ତାଙ୍କୁ ଫୋନଟିକୁ ବାହାରେ ଜମା କରିବା ପରେ ଯାଇ ଅଫିସ ଭିତରକୁ ଯିବାକୁ ଅନୁମତି ପ୍ରଦାନ କରାଯିବ ।

ଖାଲି ସେତିକି ନୁହେଁ, ଯଦି କୌଣସି କର୍ମଚାରୀ ଡ୍ୟୁଟି ସମୟରେ ସ୍ମାର୍ଟ ଫୋନ ବ୍ୟବହାର କରୁଥିବାର ଧରାପଡନ୍ତି ତେବେ ତାଙ୍କୁ ଅଫିସରେ ସେହି ଦିନ ଅନୁପସ୍ଥିତ ରହିଥିବା ଘୋଷଣା କରାଯିବ ଅର୍ଥାତ୍ ତାଙ୍କୁ ସେହି ଦିନର ପାରିଶ୍ରମିକ ମିଳିବ ନାହିିଁ । ଏହା ସହ ୫୦୦ ଟଙ୍କା ଜରିମାନା ମଧ୍ୟ ତାଙ୍କୁ ଦେବାକୁ ପଡିବ ।

ବିଭାଗର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇ କହିଛନ୍ତି ଯେ, ସମସ୍ତ କର୍ମଚାରୀ ଅଫିସ ସମୟରେ ସ୍ମାର୍ଟଫୋନରେ ମଜ୍ଜି ରହିଥାନ୍ତି । ଯାହା ଦ୍ୱାରା ଅଫିସର କାର୍ଯ୍ୟ ପ୍ରଭାବିତ ହୋଇଥାଏ । ଏହାକୁ ଦୃଷ୍ଟିରେ ରଖି ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି । ମାତ୍ର ଅନ୍ୟପଟେ ଏଠିକାର ଅଧିକାରୀମାନନେ ଭ୍ରଷ୍ଟାଚାରରରେ ଲିପ୍ତ ଅଛନ୍ତି ବୋଲି ସାଧାରଣ ଲୋକଙ୍କ ଅଭିଯୋଗ ରହିଛି ।