ସ୍ପେନର ଟମାଟୋ ପର୍ବ : ବିଶ୍ୱର ସର୍ବବୃହତ ଖାଦ୍ୟ ଯୁଦ୍ଧ

199

2428793b / Spain - Tomatina Festivalସ୍ପେନରେ ପାଳିତ ହେଉଛି ବିଶ୍ୱର ସର୍ବବୃହତ ଖାଦ୍ୟ ଯୁଦ୍ଧ ‘ଲା ଟମାଟିନା’। ସ୍ଥାନୀୟ ଗ୍ରାମାଚଂଳରେ ପାଳିତ ଏହି ପାରମ୍ପରିକ ପର୍ବ ଏବେ ବିଶ୍ୱସ୍ତରୀୟ ଉତ୍ସବର ରୂପ ନେଇଛି । ଅଗଷ୍ଟ ଶେଷ ବୁଧବାର ସମଗ୍ର ବିଶ୍ୱର ଭ୍ରମଣକାରୀ ସ୍ପେନର ଛୋଟିଆ ନଗରୀ ବୁନୋଲରେ ସ୍ଥାନୀୟ ବାସିନ୍ଦାଙ୍କ ସହ ଏକାଠି ହୋଇଥିଲେ ।

rink_1012438iପର୍ବ ଉପଲକ୍ଷେ ବୁନୋଲର ଲୋକ ସଂଖ୍ୟା ଦୁଇଗୁଣ ହୋଇଯାଇଥିଲା । ହାରାହାରି ୬୦ ପ୍ରତିଶତ ପ୍ରତିଯୋଗୀ ଅନ୍ୟ ଦେଶର ଥିଲେ । ପ୍ରାୟ ୨୦୦୦୦ ହଜାର ପ୍ରତିଯୋଗୀ ଏହି ପର୍ବରେ ଭାଗ ନେଇଥିଲେ। ଏହି ପ୍ରତିଯୋଗୀତାରେ ମୁଖ୍ୟତଃ ପରସ୍ପର ଉପରକୁ ଟମାଟୋ ଫିଙ୍ଗା ଯାଇଥାଏ।

12164857୧୯୪୫ରେ ଏହି ପର୍ବ ଆରମ୍ଭ ହୋଇଥିଲା । ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ ଟମାଟୋ ମୂଲ୍ୟକୁ ନେଇ ବିକ୍ରେତାଙ୍କ ମଧ୍ୟରେ ପ୍ରବଳ ପାଟି ତୁଣ୍ଡ ହୋଇଥିଲା। ବିରୋଧୀମାନେ ଟମାଟୋକୁ ଅସ୍ତ୍ର କରି ପରସ୍ପର ଉପରକୁ ଟମାଟୋ ଫିଙ୍ଗିବା ଆରମ୍ଭ କରିଥିଲେ । ସେବେଠାରୁ ଆରମ୍ଭ ହୋଇଥିଲା ଏହି ମଜାଦାର ପର୍ବ। ଟମାଟୋ ପର୍ବ ପାଳନ ପାଇଁ ଏହି ଗୋଟିଏ ଦିନ ବିଶ୍ୱର କୋଣ ଅନୁକୋଣରୁ ଲୋକଙ୍କର ସୁଅ ଛୁଟିଥାଏ।