ଭଡାରେ ମିଳିବ ସାଇକେଲ ! ସ୍ମାର୍ଟ ସିଟିରେ ପ୍ରଥମ ଅଧ ଘଂଟା ମାଗଣା

67

ରାଜଧାନୀରେ ସାଇକେଲ ଫେରିବ ଟ୍ରାକକୁ । ଲୋକଙ୍କୁ ସାଇକେଲ ବ୍ୟବହାର କରିବା ନେଇ ଅଭ୍ୟସ୍ତ କରାଯିବ । ଏଥିପାଇଁ ଭିତ୍ତିଭୂମି ଯୋଗାଇ ଦେବାର ପ୍ରୟାସ ଆରମ୍ଭ ହୋଇଛି । ଗୁରୁବାର ଏ ନେଇ ଭୁବନେଶ୍ୱରର ମହାନଗର ନିଗମ ( ବିଏମସି) କାର୍ଯ୍ୟାଳୟରେ ପବ୍ଲିକ୍ ବାଇସାଇକେଲ ଶେୟାରିଂ ନାମରେ ଏକ କର୍ମଶାଳା ଆୟୋଜିତ ହୋଇଥିଲା । ୱାର୍ଲଡ ରିସୋର୍ସ ସେଣ୍ଟର ସହାୟତାରେ ବିଏମସି ,ବିଡିଏ,ସ୍ମାର୍ଟ ସିଟି ଲିମିଟେଡ୍ ଏବଂ ବିୟୁକେସି ପକ୍ଷରୁ ଆୟୋଜିତ ହୋଇଥିଲା ଏହି କର୍ମଶାଳା । ପ୍ୟାରିସ୍ , ଆମଷ୍ଟରଡ୍ୟାମ,ଲଣ୍ଡନ ଓ ଭାଙ୍କୋଭର ଭଳି ସହରରେ ଚାଲିଥିବା ସାଇକେଲ ଶେୟାରିଂ ମଡେଲ୍ ସଂକ୍ରାନ୍ତରେ ଏଥିରେ ଆଲୋଚନା ହୋଇଥିଲା ।

ସହରର ବିଭିନ୍ନ ଅଂଚଳକୁ ନେଇ ୧୨୦ଟି ସାଇକେଲ ଷ୍ଟେସନ ରହିବ । ପ୍ରାଥମିକ ପର୍ଯ୍ୟାୟରେ ଏଥିରେ ୧୨ଶହ ସାଇକେଲ ସ୍ଥାନ ପାଇବ । ସାଇକେଲ ଶେୟାରିଂକୁ ପ୍ରୋତ୍ସାହିତ କରିବା ପାଇଁ ବ୍ୟବହାରକାରୀଙ୍କୁ ପ୍ରଥମ ୩୦ ମିନିଟ୍ ପାଇଁ କୈାଣସି ଦେୟ ଦେବାକୁ ପଡିବ ନାହିଁ । ଏହାପରେ ସ୍ୱଳ୍ପ ମୂଲ୍ୟରେ ଦେୟ ଦେଇ ସାଇକେଲ ବ୍ୟବହାର କରିବାକୁ ମିଳିବ ସୁଯୋଗ । ଏଥିରେ ରହିବ ଜିପିଏସ୍ ଟ୍ରାକିଂ ବ୍ୟବସ୍ଥା ।