ମୋଦିଙ୍କ ‘ମେକ୍ ଇନ୍ ଇଣ୍ଡିଆ’ର ପୋଷ୍ଟର ବୟ ଏବେ ନକଲି ନୋଟ ଛାପିବା ନେଇ ଗିରଫ

96

3ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ମେକ ଇନ ଇଣ୍ଡିଆ’ ଯୋଜନା ମାଧ୍ୟମରେ ଲୋକପ୍ରିୟ ହୋଇଥିବା ଯୁବକ ଅଭିନବ ବର୍ମା, ଏବେ ପୁଣି ଚର୍ଚ୍ଚାରେ । କିନ୍ତୁ ଏଥର ଭଲ କାମ ପାଇଁ ନୁହଁ ବରଂ ସେ ତାଙ୍କ ଜ୍ଞାନର ଦୁରୂପଯୋଗ କରି ଲୋକଲୋଚନକୁ ଆସିଛନ୍ତି । ୨୧ ବର୍ଷୀୟ ଅଭିନବ ବର୍ମା ତାଙ୍କ ଜଣେ ସମ୍ପର୍କୀୟ ଭାଇ ବିକାଶ ବର୍ମା ଓ ଲୁଧିଆନାର ଜଣେ ପ୍ରପର୍ଟି ଡିଲରଙ୍କ ସହ ମିଶି ନକଲି ୨ହଜାର ଟଙ୍କିଆ ନୋଟ ଛାପିବା ଅଭିଯୋଗରେ ପଞ୍ଜାବ ପୁଲିସ ଦ୍ୱାରା ଗିରଫ ହୋଇଛନ୍ତି । ପୁରୁଣା ୫୦୦ ଓ ୧୦୦୦ ଟଙ୍କିଆ ନୋଟ ବଦଳ କରିବା ପାଇଁ ଚାହୁଁଥିବା ଲୋକଙ୍କୁ ଠକି ସେମାନଙ୍କଠାରୁ ଏଇ ତିନିଜଣ ୩୦ ପ୍ରତିଶତ କମିଶନ ଆଦାୟ କରୁଥିଲେ ।

2୪୨ ଲକ୍ଷ ଟଙ୍କାର ଜାଲ ନୋଟ ଏବଂ ଏକ ନୂତନ ଏସୟୁଭି ଗାଡି ସହ ତିନି ଜଣକୁ ଗିରଫ କରିଛି ପୁଲିସ । ଏହି ଜାଲି ନୋଟଗୁଡିକ ବର୍ମାର ଚଣ୍ଡୀଗଡ କାର୍ଯ୍ୟାଳୟରେ ଛପା ହୋଇଥିବା ଜଣାପଡିଛି ।  ଜବତ ହୋଇଥିବା ୨ହଜାର ଟଙ୍କିଆ ନୋଟ ଗୁଡିକ ଅବିକଳ ନୂଆ ୨ହଜାର ଟଙ୍କିଆ ନୋଟ ପରି ଦେଖା ଯାଉଛି ବୋଲି ସୂଚନା ଦେଇଛନ୍ତି ପୁଲିସ ଅଧୀକ୍ଷକ ପରମିନ୍ଦର ସିଂ ଭଣ୍ଡାଲ ।

3ଅଭିନବ ବର୍ମା ଯୋଗ୍ୟତା ଅନୁସାରେ ଜଣେ ମେକାନିକାଲ ଇଂଜିନିୟର । ସେ ମାତ୍ର ୧୮ ବର୍ଷ ବୟସରେ ହିଁ ସେ ଦୃଷ୍ଟିହୀନଙ୍କ ପାଇଁ ବିନା ବାଡି ସାହାଯ୍ୟରେ ଚାଲିବା ପାଇଁ ‘ଲାଇଭ ବ୍ରେଲ’ ନାମକ ଏକ ଯନ୍ତ୍ର ତିଆରି କରିଥିଲେ ।  ଏହି ଯନ୍ତ୍ର ଦ୍ୱାରା ଲୋକପ୍ରିୟତା ହାସଲ କରିବା ସହ  ତାଙ୍କର ଏହି ନୂତନ ଯନ୍ତ୍ରକୁ ‘ମେକ ଇନ ଇଣ୍ଡିଆ’ କାର୍ଯ୍ୟକ୍ରମରେ ଉପସ୍ଥାପନ କରାଯାଇଥିଲା । ଏହି ଯନ୍ତ୍ର ପାଇଁ ସେ ଦେଶର ପ୍ରମୁଖ ଇଂଜିନିୟରିଂ ସଂସ୍ଥାନ ଓ ଇଲିନୋଇସ ଷ୍ଟେଟ ୟୁନିର୍ଭସିଟି ତରଫରୁ ପୁରସ୍କାର ଜିତିଥିଲେ । ଏହା ସହ ମଧ୍ୟ ଟାଇ ସିଲିକନ ଭାଲି ୟୁଏସଏ ଦ୍ୱାରା ଟିଏଗର ସମ୍ମାନରେ ସମ୍ମାନୀତ  ହୋଇଥିଲେ । ଏହାସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତବର୍ଷ ବେଙ୍ଗାଲୁରୁରେ ଭାରତୀୟ ବିଜ୍ଞାନ କଂଗ୍ରେସରେ ଅଭିନବଙ୍କୁ ଡାକିଥିଲେ ।   (ସୈାଜନ୍ୟ : ଇଣ୍ଡିଆ ଟାଇମ୍ସ)