କୋଲକାତାର ବରଫ ଦୁର୍ଗା ମୂର୍ତି : ପୂଜାରେ ସାଜିଛି ଆକର୍ଷଣର କେନ୍ଦ୍ର ବିନ୍ଦୁ

116

2ସମସ୍ତେ ଜାଣନ୍ତି ପଶ୍ଚିମବଙ୍ଗରେ ଦୁର୍ଗାପୂଜା ଖୁବ ଧୁମଧାମରେ ପାଳିତ ହୁଏ ଏବଂ ଏଠାରେ ଦୁର୍ଗାମା’ଙ୍କ ମୂର୍ତିର ବିଭିନ୍ନ ସ୍ୱରୂପ ମଧ୍ୟ ଦେଖିବାକୁ ମିଳେ । ଏଥର ପ୍ରଥମ ଥର ପାଇଁ କୋଲକାତାସ୍ଥିତ ରାଜାରହାଟର ସ୍ନୋ ପାର୍କରେ ବରଫ ନିର୍ମିତ ଦୁର୍ଗା ମୂର୍ତିି ସ୍ଥାପନା କରାଯାଇଛି । ବରଫ ନିର୍ମିତ ଦୁର୍ଗା ମୂର୍ତିିର ଦର୍ଶନ ପାଇଁ ଏଠାରେ ପ୍ରବଳ ଜନଗହଳି ହେବା ସହ ଏବେ ଜାଗାଟି ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି । ଏହି ଦୁର୍ଗାମୂର୍ତିକୁ ଏସି କାର୍ଗୋରେ ଜର୍ମାନୀରୁ ଅଣାଯାଇଛି ।

3ବରଫରେ ତିଆରି ଏହି ଧଳା ରଙ୍ଗର ଏହି ମୂର୍ତି ଅଦ୍ଭୂତ ଲାଗୁଛି । ସ୍ନୋ ପାର୍କରେ ପୂରା ପେଣ୍ଡାଲ ବରଫରେ ତିଆରି ହୋଇଛି ଏବଂ ଏହାର ତାପମାତ୍ରା ୬ଡିଗ୍ରୀ ରଖାଯାଇଛି । ବିଶେଷ ଥଣ୍ଡା ରଖିବା ଯନ୍ତ୍ର ବ୍ୟବହାର କରି ତାପମାତ୍ରାକୁ ମାଇନସ ୬ ଡିଗ୍ରୀରେ ରଖାଯାଇଛି । ଦେବୀ ଦୁର୍ଗାଙ୍କ ସହ ଏହି ପେଣ୍ଡାଲରେ ଲକ୍ଷ୍ମୀ , ଗଣେଶ , କାର୍ତିକେୟ ଓ ସରସ୍ୱତୀଙ୍କ ବରଫ ତିଆରି ଆକର୍ଷଣୀୟ ମୂର୍ତିି ମଧ୍ୟ ସ୍ଥାପନା କରାଯାଇଛି ।

ଏହି ବରଫର ଦୁର୍ଗା ମୂର୍ତି ଦର୍ଶନ ପାଇଁ ଟିକେଟର ମୁଲ୍ୟ ୪୦୦ ରୁ ୫୦୦ ପର୍ଯ୍ୟନ୍ତ ରଖାଯାଇଛି । ସକାଳ ୧୧ ରୁ ରାତି ୯ ଟା ପର୍ଯ୍ୟନ୍ତ ଏହି ବରଫ ମୂର୍ତିର ଦର୍ଶନ ପାଇଁ ସମୟ ରଖାଯାଇଛି ।