୮ ବର୍ଷ ଝିଅର କମାଲ : ଫରୱାର୍ଡ ରୋଲରେ ବିଶ୍ୱ ରେକର୍ଡ

27

4ବାଙ୍ଗାଲୁରୁର ୮ ବର୍ଷର ଝିଅ ଦୀକ୍ଷା ଗିରିଶ ଫରୱାର୍ଡ ରୋଲରେ କରିଛି ଚମକପ୍ରଦ ପ୍ରଦର୍ଶନ । ଆଉ ଏହା ଗିନିଜ ୱାଲର୍ଡ ରେକର୍ଡରେ ଏକ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି ଏବଂ ଗୋଟେ ଘଂଟାରେ ୨,୭୮୭ଟି ଫରୱାର୍ଡ ରୋଲ ପୂରଣ କରିଛି ।

ଏହି କୁନି ଝିଅ ଦୀକ୍ଷା ପୂର୍ବର ରେକର୍ଡ ଭାଂଗିଛନ୍ତି । ଯାହାକୁ ଆମେରିକାର ଆଶ୍ରିତା ଫରମାନ ୨୦୦୭ରେ ବୁଲଗେରିଆରେ ୧୩୩୦ଟି ଫରୱାର୍ଡ ରୋଲରେ କରିଥିଲେ ବିଶ୍ୱ ରେକର୍ଡ ।

2ଦୀକ୍ଷା ଦର୍ଶକ ଓ ବିଚାରକଙ୍କୁ ଖୁବ୍ ଉତ୍ସାହିତ କରିଥିଲେ ନିଜର ଏହି ଅଭିନବ ପ୍ରଦର୍ଶନରେ । ଏହି ରୋଲିଂରେ ତିନି ମାଇଲ ଅତିକ୍ରମ କରିଥିଲେ ଦୀକ୍ଷା । ଦୀକ୍ଷା ନିଜ କୋଚ୍ ବଶ୍ୱରାଜଙ୍କ ଦ୍ୱାରା ଦେଢ ବର୍ଷ ହେଲା ଏହି ପ୍ରୟାସ ପାଇଁ ଅଭ୍ୟାସ ଜାରି ରଖିଥିଲେ । ଦୀକ୍ଷା ନିଜର ଏହି ସଫଳତାରେ ଖୁବ୍ ଖୁସି ବୋଲି କହିଛନ୍ତି ।

ଏହି ଫରୱାର୍ଡ ରୋଲ ହେଉଛି ଏକ ବେସିକ୍ ଏଲିମେଂଟ ଜିମ୍ନାଷ୍ଟିକର । ଗିନିଜ ରେକର୍ଡ ଦ୍ୱାରା ନିର୍ଦ୍ଦିଷ୍ଟ ହୋଇଥିବା ଏହି ଖେଳର ନିୟମ ଅନୁସାରେ ପ୍ରତି ଅଂଶଗ୍ରହଣକାରୀଙ୍କ ହାତ ଓ ଆଙ୍ଗୁଠି ଭୂମିକୁ ସ୍ପର୍ଶ କରିବ ନାହିଁ । ଏହି ନିୟମାନୁସାରେ ଦୀକ୍ଷା ହାସଲ କରିଛି ବିଶ୍ୱ ରେକର୍ଡ ।

ଏହି ଭିଡିଓରୁ ଦେଖନ୍ତୁ ଦୀକ୍ଷାର ଫରୱାର୍ଡ ରୋଲ ପ୍ରଦର୍ଶନ –