ଏମିତି ଏକ ଅଜବ ମନ୍ଦିର ! ଏଠାରେ ମୂର୍ତ୍ତିଗୁଡିକ ହୁଅନ୍ତି କଥାବାର୍ତ୍ତା

50

ଆଜିକାଲିକା ବିଜ୍ଞାନ ଯୁଗରେ କୈାଣସି କଥା ଅସମ୍ଭବ ନୁହେଁ । ହେଲେ ମଣିଷ ପରି ମୂର୍ତ୍ତିଗୁଡିକ କଥା ହୁଅନ୍ତି ,ଏକଥା କୁ କେହି ବି ବିଶ୍ୱାସ କରିବେ ନାହିଁ । କିନ୍ତୁ ଏମିତି କିଛି ଅଛି ଯେଉଁଠି ବିଜ୍ଞାନ ବି ପଛରେ ପଡିଯାଏ । ମଣିଷ ସେହି ସତକୁ ବିଶ୍ୱାସ କରିବାକୁ ବାଧ୍ୟ ହୁଏ ।

ଦୈନିକ ଜାଗରଣରେ ପ୍ରକାଶିତ ତଥ୍ୟ ଅନୁସାରେ , ବିହାରର ରାଜ ରାଜେଶ୍ୱରୀ ତ୍ରିପୁରା ସୁନ୍ଦରୀ ମନ୍ଦିରରେ କିଛି ଅଜବ ଧରଣର ଦେଖିବାକୁ ମିଳେ । ୪ଶହ ବର୍ଷ ପୁରୁଣା ଏହି ମନ୍ଦିରରେ ମୂର୍ତ୍ତିଗୁଡିକ ସାକ୍ଷାତ ମଣିଷ ପରି କଥାବାର୍ତ୍ତା ହୋଇଥାନ୍ତି । ଖବର ଅନୁସାରେ , ଏହି ମନ୍ଦିରର ସବୁଠୁ ଗୃଢ ରହସ୍ୟ ହେଲା ,ନିସ୍ତବ୍ଧ ରାତିରେ ମନ୍ଦିରରେ ସ୍ଥାପିତ ମୂର୍ତ୍ତିଗୁଡିକ କଥା ହେଉଥିବାର ଶଦ୍ଦ ଶୁଣାଯାଏ । ମଧ୍ୟରାତ୍ରିରେ ଯେତେବେଳେ ଲୋକେ ଏହି ମନ୍ଦିର ବାଟରେ ଯାଆନ୍ତି , ତ କେହି କଥା ହେବାର ଶୁଣାଯାଏ । ଲୋକେ ଏହାକୁ ସତ ଭାବେ ବିଶ୍ୱାସ କଲେଣି । କାରଣ ମଧ୍ୟ ରାତ୍ରରେ ମନ୍ଦିରରେ କେହି ରୁହନ୍ତି ନାହିଁ ।

ତନ୍ତ୍ର ସାଧନା ପାଇଁ ପ୍ରସିଦ୍ଧ ବିହାରର ଏହି ମନ୍ଦିରେ ଭକ୍ତଙ୍କର ସବୁ ମନୋକାମନା ପୂର୍ଣ୍ଣ ହୋଇଥାଏ । ବୈଜ୍ଞାନିକ ବି ମାନିଲେନି ଯେ ଏହି ମନ୍ଦିରରେ କିଛି ନା କିଛି ରହସ୍ୟ ରହିଛି ।