ସୀମାରେ ଯୁଦ୍ଧ ସାଉଥବ୍ଲକରେ ଲାଇଭ୍ : ଇଣ୍ଡିଆନ୍ ଡିଫେନ୍ସ ନ୍ୟୁଜ୍ ପ୍ରକାଶ କଲା ରିପୋର୍ଟ

24

vlcsnap-2016-10-02-19h36m21s083କନକ ବ୍ୟୁରୋ : ୨୦୧୨ ଏପ୍ରିଲ ମାସରେ ପାକିସ୍ତାନର ଆର୍ମିବେସ ନିକଟରେ ଲୁଚି ରହିଥିବା କୁଖ୍ୟାତ ଆତଙ୍କବାଦୀ ଓସାମା ବିନ୍ ଲାଡେନକୁ ଧରିବା ପାଇଁ , ଆମେରିକାର ନେଭିସିଲ୍ କମାଣ୍ଡୋମାନେ ଯେତେବେଳେ ଅପରେସନ କରୁଥିଲେ ,ଏହାକୁ ଖୋଦ୍ ରାଷ୍ଟ୍ରପତି ବାରାକ ଓବାମା ଲାଇଭ୍ ଦେଖୁଥିଲେ ।

wwଠିକ୍ ଏହିଭଳି ପାକ୍ ଅଧିକୃତ କାଶ୍ମୀରରେ ଭାରତର ସର୍ଜିକାଲ ଷ୍ଟ୍ରଇକକୁ ଲାଇଭ୍ କରାଯାଇଥିଲା । ଇଣ୍ଡିଆନ୍ ଡିଫେନ୍ସ ନ୍ୟୁଜ୍ ନାମକ ଏକ ବିଶ୍ୱସନୀୟ ଗଣମାଧ୍ୟମ ସଂସ୍ଥା ଏହି ଖବର ପ୍ରକାଶ କରିଛି । ଏହି ରିପୋର୍ଟ ଅନୁସାରେ ସ୍ପେଶାଲ ଫୋର୍ସର ଭାରତୀୟ କମାଣ୍ଡୋମାନେ ଯେତେବେଳେ ଅପରେସନ ଆରମ୍ଭ କଲେ ଉଧମପୁରର ଟାକଟିକାଲ ହେଡକ୍ୱାଟର ଓ ଦିଲ୍ଲୀର ସାଉଥବ୍ଲକ୍ ୱାର ରୁମରେ ଏହାର ସିଧା ପ୍ରସାରଣ କରାଯାଇଥିଲା ।

vlcsnap-2016-10-02-19h40m10s415ଇଣ୍ଡିଆନ ଡିଫେନ୍ସ ନ୍ୟୁଜକୁ ବିଭିନ୍ନ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶ ଦାତା ଅଜିତ୍ ଡୋଭାଲ ଓ ଡିଜିଏମରେ ନିର୍ଦେଶକ ରଣବୀର ସିଂହ ସାରା ରାତି ଏହି ଅପରେସନକୁ ଦିଲ୍ଲୀର ୱାର ରୁମରେ ବସି ଦେଖୁଥିଲେ । ପୁରା ଅପରେସନକୁ ରେକର୍ଡ କରାଯିବା ସହ ଭୋରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏହି ଭିଜୁଆଲ ଦେଖାଯାଇଥିଲା ।

ଏହା ସହ ଦେଖନ୍ତୁ – ସାମ୍ନାକୁ ଆସିଲା ସର୍ଜିକାଲ ଷ୍ଟ୍ରାଇକର ଭିତିରି କଥା : ପାକିସ୍ତାନ ମାଟିରେ ପଶି ପାକିସ୍ତାନକୁ ମାତ ଦେବା ପାଇଁ ପ୍ରସ୍ତୁତ ହୋଇଥିଲା ବ୍ଲୁପ୍ରିଂଟ