ଦୁନିଆ ଦେଖିଲା ଶତାବ୍ଦୀର ଦୀର୍ଘତମ ଚନ୍ଦ୍ରଗ୍ରହଣ । ଏହି ମହାଜାଗତିକ ଦୁଶ୍ୟର କିଭଳି ଥିଲା ରୂପରେଖ ଦେଖନ୍ତୁ ଫଟୋରେ ଫଟୋରେ….

110

ଶୁକ୍ରବାର ହୋଇଛି ଚଳିତ ଶତାବ୍ଦୀର ଦୀର୍ଘତମ ଚନ୍ଦ୍ରଗ୍ରହଣ । ଏହି ବିରଳ ମହାଜାଗତିକ ଦୃଶ୍ୟ ଭାରତ ସହ ବିଶ୍ୱର ଅଧିକାଂଶ ଅଂଚଳରେ ଦୃଶ୍ୟମାନ ହୋଇଛି । ଏହି ଦିନ ମଙ୍ଗଳ ଗ୍ରହ ଦୀର୍ଘ ୧୫ ବର୍ଷ ପରେ ପୃଥିବୀର ଅତି ନିକଟତର ହୋଇଛି । ଶୁକ୍ରବାର ରାତି ୧୧ଟା ୫୪ ମିନିଟରୁ ଜୁଲାଇ ୨୮ ତାରିଖ ଭୋର ୩ଟା ୪୯ ଯାଏଁ ଖାଲି ଆଖିରେ ଚନ୍ଦ୍ରଗ୍ରହଣ ଦୃଶ୍ୟମାନ ହୋଇଛି । ତେବେ ଦେଶର କିଛି ଭାଗରେ ଆକାଶ ମେଘାଚ୍ଛନ୍ନ ରହିବା କାରଣରୁ ଚନ୍ଦ୍ରଗ୍ରହଣ ଦୃଶ୍ୟମାନ ହୋଇନାହିଁ ।

ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ଜୁଲାଇ ୨୮ ତାରିଖ ଭୋର୍ ଗୋଟାଏରୁ ଆରମ୍ଭ ହୋଇ ୨ଟା ୪୩ ମିନିଟ ଯାଏଁ ଦୃଶ୍ୟମାନ ହୋଇଛି । ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ସମୟରେ ରକ୍ତବର୍ଣ୍ଣର ଚନ୍ଦ୍ର ଦେଖା ଦେଇଥିଲା ଯାହା ଏକ ବିରଳ ମହାଜାଗତିକ ଘଟଣା ।

ଏହା ହେଉଛି ଚନ୍ଦ୍ରଗ୍ରହଣର ପ୍ରଥମ ଦୃଶ୍ୟ । ରାତି ୧୧ଟା ୫୨ ମିନିଟରେ ଚନ୍ଦ୍ରମାକୁ ଆଂଶିକ ଭାବେ ସ୍ପର୍ଶ କରିଥିବା ଚନ୍ଦ୍ରଗ୍ରଗ୍ର ଦୃଶ୍ୟ ।

୧୨ ଟା ୧୨ ମିନିଟରେ ଚନ୍ଦ୍ରଗ୍ରହଣର ଦୃଶ୍ୟ । ଦେଖନ୍ତୁ କିଭଳି ଭାବରେ ଚନ୍ଦ୍ରର ସ୍ୱତରୂପ ଅନ୍ଧକାରର ଗ୍ରାସରେ ଧିରେ ଧିରେ ମଳିନ ହେବାକୁ ଲାଗିଥିଲା ।

୧୨ଟା ୧୩ ମିନିଟରେ ଚନ୍ଦ୍ରଗ୍ରହଣର ଦୃଶ୍ୟ । ଧିରେ ଧିରେ ଅନ୍ଧକାର ଆଡକୁ ଗତି କରିବାରେ ଲାଗିଛି ଚନ୍ଦ୍ର

୧୨ ଟା ୧୪ ମିନିଟରେ ଚନ୍ଦ୍ରଗ୍ରହଣର ଦୃଶ୍ୟ । କିଭଳି ଚନ୍ଦ୍ରମାର ଅଧାରୁ ଅଧିକ ଭାଗ ଅଂଶ ଅନ୍ଧକାର ହୋଇପଡିଥିଲା ।

ଏହି ଚନ୍ଦ୍ରଗ୍ରହଣ ପ୍ରଭାବରେ ପାଖାପାଖି ୧ ଘଂଟା ୪୩ ମିନିଟ ପର୍ଯ୍ୟନ୍ତ ଆକାଶରୁ ହଜିଯାଇଥିଲା ଜହ୍ନ