‘ଆମ ମୁଖ୍ୟମନ୍ତ୍ରୀ ଆମ କଥା’ : ଲୋକଙ୍କ ସହ ଭିଡିଓ କନଫରେସିଂ ଜରିଆରେ କଥା ହେଲେ ମୁଖ୍ୟମନ୍ତ୍ରୀ, କହିଲେ ଆମେ କଥାରେ ନୁହେଁ କାମରେ ବିଶ୍ୱାସ କରୁ ।

64

କନକ ବ୍ୟୁରୋ: ଲୋକଙ୍କ ସହ ସିଧାସଳଖ କଥା ହେଲେ ମୁଖ୍ୟମନ୍ତ୍ରୀ ନୀବନ ପଟ୍ଟନାୟକ । ଏନେଇ ଆଜି ସଚ୍ଚିବାଳୟରେ ‘ଆମ ମୁଖ୍ୟମନ୍ତ୍ରୀ ଆମ କଥା’ କାର୍ଯ୍ୟକ୍ରମ ଜରିଆରେ ଲୋକମାନଙ୍କୁ ସମ୍ବୋଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସଚ୍ଚିବାଳୟରେ ଆୟୋଜିତ ଏହି କାର୍ଯ୍ୟକ୍ରରେ ଭିଡିଓ କନଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ୧୦ଟି ଜିଲ୍ଲାର ଲୋକଙ୍କ ସହ ସିଧାସଳଖ କଥା ହୋଇଛନ୍ତି । ଯେଉଁଥିରେ ସମସ୍ତଙ୍କୁ ସାମାଜିକ ବାର୍ତା ଦେଇ ଉତ୍ସାହିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପରବର୍ତ୍ତି ପର୍ଯ୍ୟାୟରେ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ୧୦ଟି ଜିଲ୍ଲାର ଲୋକଙ୍କ ସହ ଆଲୋଚନା କରିବେ । ସେହି ଜିଲ୍ଲାଗୁଡିକ ହେଲା ଅନୁଗୁଳ, ବରଗଡ, ବଲାଙ୍ଗିର, ବୌଦ୍ଧ, କଟକ, ଗଂଜାମ, କଳାହାଣ୍ଡି, କେନ୍ଦ୍ରାପଡା, ଖୋର୍ଦ୍ଧା ଓ ନବରଙ୍ଗପୁର ।

ଏହି ଅବସରରେ ଗରିବ ମାନଙ୍କ ପାଇଁ ନୂଆ ଖାଦ୍ୟ ସୁରକ୍ଷା ବ୍ୟବସ୍ଥା ଘୋଷଣା ମଧ୍ୟ କରିଛନ୍ତି ମୁଖ୍ୟମନ୍ତ୍ରୀ । ଯାହାକି ଆସନ୍ତା ଗାନ୍ଧୀ ଜୟନ୍ତୀରୁ ନୂଆ ଖାଦ୍ୟ ସୁରକ୍ଷା ଆଇନ ସାରା ରାଜ୍ୟରେ କାର୍ଯ୍ୟକ୍ଷମ କରିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, “ମୁଁ ସବୁବେଳେ କହିଆସିଛି, ଆମେ କାମରେ ବିଶ୍ୱାସ କରୁ । ଲୋକଙ୍କ କଲ୍ୟାଣରେ ବିଶ୍ୱାସ କରୁ । ମୁଁ ବହୁତ ଖୁସି ଯେ ଆପଣଙ୍କୁ ଦେଇଥିବା କଥା ଆଜି ମୁଁ ରଖିପାରିଛି ଆପଣମାନଙ୍କ ଆର୍ଶୀବାଦ ଓ ସହଯୋଗରେ ଏହି କାର୍ଯ୍ୟକ୍ରମ ସାରା ରାଜ୍ୟରେ ସଫଳ ହେବ ବୋଲି କହିଛନ୍ତି ନବୀନ ।