୧୪ ହଜାର ଟଙ୍କାରୁ କମ୍ ମିଳୁଛି କି ଦରମା ! ତେବେ ଏହି ନମ୍ବରରେ କରନ୍ତୁ ମାତ୍ର ଗୋଟିଏ କଲ୍, କଂପାନୀ ବିରୋଧରେ ହୋଇପାରେ ଦୃଢ କାର୍ଯ୍ୟାନୁଷ୍ଠାନ

7,659

ଅଧିକାଂଶ କର୍ମଜୀବୀ ତଥା ପେସାଦାର ଲୋକଙ୍କୁ ନିଜର ପରିଶ୍ରମ ଅନୁସାରେ ସଠିକ୍ ପାରଶ୍ରମିକ ମିଳିନଥାଏ । ଅଧିକାଂଶ ସମୟରେ ଠିକାଦାର ଏବଂ ନିଯୁକ୍ତିକର୍ତା କର୍ମଚାରୀ ତଥା ଶ୍ରମିକଙ୍କୁ ତାଙ୍କର ଉପଯୁକ୍ତ ପ୍ରାପ୍ୟ ତଥା ଦରମା ଦେଇନଥାନ୍ତି । ତେବେ ଯଦି ଆପଣଙ୍କ ସହିତ ବି ଏଭଳି କିଛି ଘଟୁଛି ତେବେ ଦିଲ୍ଲୀ ସରକାର ଆପଣଙ୍କ ପାଇଁ ଏକ ଉପାୟ ବାହାର କରିଛନ୍ତି । ଯଦି ଆପଣଙ୍କୁ କୌଣସି ବି କାମ ପାଇଁ ପ୍ରତିମାସ ୧୪ ହଜାରରୁ କମ୍ ଦରମା ମିଳୁଛି ତେବେ ଆପଣ ଏହାର ଅଭିଯୋଗ ଏକ ନମ୍ବରରେ କରିପାରିବେ । ଦିଲ୍ଲୀ ସରକାରଙ୍କ ପକ୍ଷରୁ ଏଥିପାଇଁ ଏକ ହେଲପ ଲାଇନ୍ ନମ୍ବର ଜାରି କରାଯାଇଛି । ଯାହା ‘ଶ୍ରମିକ ହେଲପଲାଇନ’ ନାମରେ ୧୫୫୨୧୪ ନମ୍ବର ଜାରି ହୋଇଛି, ଏଥିରେ ଆପଣ ଏନେଇ ଅଭିଯୋଗ କରିପାରିବେ ।

ତେବେ ଏହି ହେଲପଲାଇନରେ ଆପଣ ସୋମବାରଠାରୁ ଶନିବାର ସକାଳ ୯ଟାରୁ ସଂଧ୍ୟା ୬ଟା ଭିତରେ ଯେକୌଣସି ବି ସମୟରେ କଲ କରି ନିଜର ଅଭିଯୋଗ ଜଣାଇପାରିବେ । ଖାଲି ଏତିକି ନୁହେଁ ଆପଣ ଆପଣଙ୍କର ଜିଲ୍ଲାର ଶ୍ରମିକ କାର୍ଯ୍ୟାଳୟରେ ବି ସହାୟତା ପାଇଁ ଆସିପାରିବେ । ଏହି ନିର୍ଦ୍ଦେଶ ସଂପର୍କରେ ଅନ୍ୟାନ୍ୟ ସୂଚନା ପାଇଁ ଆପଣ www.labour.delhigovt.nic.in ୱେବସାଇଟକୁ ଯାଇ ଜାଣିପାରିବେ ।

ସେହିପରି ଶ୍ରମିକମାନଙ୍କର ଦରମା କିମ୍ବା ପାରିଶ୍ରମିକର ପେମେଂଟ ବାଧ୍ୟତାମୂଳକ ଭାବରେ ଚେକ୍ ଜରିଆରେ କିମ୍ବା ସିଧା ବ୍ୟାଙ୍କ ଖାତାରେ ଟ୍ରାନ୍ସଫର କରାଯିବ । ଦିଲ୍ଲୀ ସରକାରର Minimum Wages (Delhi) Amendment Act, 2017 ନିୟମ ଅନୁସାରେ ଯଦି ସର୍ବନିମ୍ନ ଦରମା ମଳୁନାହିଁ ତେବେ ଉଭୟ ଠିକାଦାର ଏବଂ କଂପାନୀ ବିରୋଧରେ ୫୦ ହଜାର ଟଙ୍କାର ଜରିମାନା ବାବଦକୁ ଲାଗୁ ହୋଇପାରେ କିମ୍ବା ୩ ବର୍ଷ କାଳ ଜେଲ ଦଣ୍ଡାଦେଶ ହୋଇପାରେ ନଚେତ୍ ଦୁଇଟି ଯାକ ଦଣ୍ଡାବିଧାନ ଦିଆଯାଇପାରେ ।