ସୋନମ କପୁରଙ୍କୁ ତାଙ୍କ ପୁରୁଷ ବନ୍ଧୁ ଆନନ୍ଦ ଆହୁଜାଙ୍କ ଖାସ୍ ଉପହାର

30

44ଆଜିକାଲି ସୋନମ କପୁର ଓ ତାଙ୍କର ବ୍ୟବସାୟୀ ପୁରୁଷ ବନ୍ଧୁ ଆନନ୍ଦ ଆହୁଜାଙ୍କ ପ୍ରେମ ସଂପର୍କର ଚର୍ଚ୍ଚା ସବୁଠି ଚାଲିଛି । ଏ ଦୁଇଜଣ ଏକାଠି ଅକ୍ଷୟ କୁମାରଙ୍କ ସିନେମା ‘ରୁସ୍ତମ’ର ସଫଳତାର ପାର୍ଟିରେ ପ୍ରଥମ ଥର ପାଇଁ ଲୋକଙ୍କ ସାମ୍ନାକୁ ଆସିଥିଲେ ।

କିନ୍ତୁ ସୋନମ କପୁର ଏ ପର୍ଯ୍ୟନ୍ତ ନିଜ ସଂପର୍କକୁ ସମସ୍ତଙ୍କ ଆଗରେ ସ୍ୱୀକାର କରି ନାହାନ୍ତି । କିଛି ଦିନ ପୂର୍ବରୁ ସୋନମଙ୍କ ପରିବାରର ଏକ ବିବାହ ଉତ୍ସବରେ ଆନନ୍ଦ ଯୋଗ ଦେଇଥିଲେ ଏବଂ ସୋନମଙ୍କ ସହ ତାଙ୍କ ଫଟୋ ମଧ୍ୟ ଭାଇରାଲ ହୋଇ ବେଶ କିଛି ଦିନ ଚର୍ଚ୍ଚାରେ ଥିଲା ।

ନିକଟରେ ସୋନମ କପୁର ଇନଷ୍ଟାଗ୍ରାମରେ ଏକ ଫଟୋ ଶେୟାର କରିଛନ୍ତି ଯେଉଁଠି ସେ ଧଳା ରଙ୍ଗର ଏକ ପୋଷାକ ସାଙ୍ଗକୁ ଡେନିମ ଜ୍ୟାକେଟ ପିନ୍ଧିଛନ୍ତି । ଏଇ ପୋଷ୍ଟର ଖାସ କଥା ହେଲା ସୋନମଙ୍କ ସାଙ୍ଗ ଓ ଫ୍ୟାସନ ଡିଜାଇନର ମସାବା ଗୁପ୍ତା ସେଇ ଜ୍ୟାକେଟକୁ ବହୁତ ପ୍ରଶଂସା କରିଥିଲେ । ଏବଂ ଏହି ଜ୍ୟାକେଟଟି ଆନନ୍ଦ ତାଙ୍କୁ ଉପହାର ଦେଇଛନ୍ତି ବୋଲି ସୋନମ ପ୍ରକାଶ କରିଛନ୍ତି ।