ହାଇ ହିଲ୍ ସ୍ୟାଣ୍ଡାଲ୍ ପିନ୍ଧୁଛନ୍ତି କି ? ସାବଧାନ ରହିବେ, ସମସ୍ୟାରେ ପଡିପାରନ୍ତି

54

ହାଇ ହିଲ୍ ଓ ସ୍କ୍ରିନ୍ ଟାଇଟ୍ କପଡା ଯୁବତୀମାନଙ୍କର ଭାରି ପସନ୍ଦ ହୋଇଥାଏ । କିନ୍ତୁ ଏହା ସେମାନଙ୍କୁ ଜଣାନାହିଁ ଯେ, ଏହା ଅସୁବିଧାରେ ପକାଇପାରେ । ପାଦରେ ଏକ ବ୍ୟାରିକୋଜ ୱେନ୍ସ ନାମକ ଏକ ରୋଗର ଶିକାର ହୋଇଥାନ୍ତି । ଅର୍ଥାତ୍ ଏହା ଦ୍ୱାରା ପାଦର ଶିରାରେ ପୀଡା ଅନୁଭବ ହେବା ସହ ଝାଳ ବାହାରିଥାଏ । ପାଖାପାଖି ୭ ପ୍ରତିଶତ ଯୁବତୀ ଏହି ରୋଗର ଶିକାର ହୋଇଥାନ୍ତି ।

ସୂଚନା ଅନୁସାରେ , ଯେତେବେଳେ ନିଚ୍ଚ ଅଙ୍ଗର ଶିରାର ଭଲଭ କ୍ଷତିଗ୍ରସ୍ତ ହୁଏ , ସେତେବେଳେ ବ୍ୟାରିକୋଜ ଶିରାର ଗଠନ ଆରମ୍ଭ ହୁଏ । ଏହା ଦ୍ୱାରା ହୃଦୟର ତଳ ଅଙ୍ଗକୁ ରକ୍ତ ପ୍ରବାହ କମ୍ ହୋଇଯାଏ । ଶିରାରେ ରକ୍ତ ଏକତ୍ରିତ ହେବା ସହ ପାଦ କୁଣ୍ଡାଇ ହୋଇଥାଏ । ଏହି ରୋଗ ସାଧାରଣତଃ ପାଦ ଭାଗରେ ଦେଖିବାକୁ ମିଳିଥାଏ । ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ (ଆଇଏମଏ)ର ନ୍ୟାଶନାଲ୍ ପ୍ରେସିଡେଣ୍ଟ ଡାଃ କେ କେ ଅଗ୍ରୱାଲ୍ କହିଛନ୍ତି , ପାଦରେ ଅନେକ ଭାଲଭ (କବାଟି) ଥାଏ । ଯିଏ ରକ୍ତକୁ ହୃଦୟ ଆଡକୁ ପ୍ରବାହିତ ହେବାକୁ ସାହାଯ୍ୟ କରିଥାଏ । ବ୍ୟାରିକୋସ ଅଲସର ଦୁଇ ପାଦରେ ହୋଇପାରେ । ଯେତେବେଳେ ଏହି ଭାଲଭ୍ କ୍ଷତିଗ୍ରସ୍ତ ହୋଇଯାଏ , ସେତେବେଳେ କୁଣ୍ଡାଇ ହେବା , ଶରୀର ପୀଡା ଓ କ୍ଲାନ୍ତପଣ ଅନୁଭ଼ବ ହୋଇଥାଏ ।

ଏହି ରୋଗଟି ଧିମା ଭାବରେ ବୃଦ୍ଧି ପାଇ ସମସ୍ୟାରେ ପକାଇଥାଏ । ଏହା ଆରମ୍ଭରେ ହାଲକା ହୋଇଥାଏ । ଏଣୁ ଲୋକେ ଗମ୍ଭୀରତାର ସହ ନେଇନଥା’ନ୍ତି । ଏହାର ଚିକିତ୍ସା ସଠିକ୍ ସମୟରେ କରିବା ଉଚିତ୍ । ନଚେତ୍ ଅଲସର ହେବାର ସମ୍ଭାବନା ସୃଷ୍ଟି ହୋଇଥାଏ । ଏହା ସହ ଏକଜିମା ଓ ଉଚ୍ଚ ରକ୍ତଚାପ ମଧ୍ୟ ହୋଇପାରେ । ଏଣୁ ଏହି ସମସ୍ୟାରୁ ମୁକ୍ତି ପାଇଁ ଆପଣ ଟିକେ ସାବଧାନ ହେବାକୁ ପଡିବ ।