ବକ୍ସ ଅଫିସରେ ଫିଲ୍ମ ‘ଜବ୍ ହାରି ମେଟ୍ ସିଜେଲ୍’ର ଅସଫଳତା ! ଡିଷ୍ଟ୍ରିବ୍ୟୁଟର୍ସମାନେ ଶାହାରୁଖଙ୍କ ଠାରୁ ମାଗିଲେ ଅର୍ଥ ଫେରସ୍ତ

44

କିଛି ମାସ ତଳେ ଯେତେବେଳେ ସଲମାନ ଖାନଙ୍କ ଫିଲ୍ମ ‘ଟ୍ୟୁବଲାଇଟ୍’ ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରିପାରିନଥିଲା , ସେତେବେଳେ ସେ ଡିଷ୍ଟ୍ରିବ୍ୟୁଟର୍ସଙ୍କର କ୍ଷତି ଭରଣା ପାଇଁ ୩୨ କୋଟି ଟଙ୍କା ଫେରସ୍ତ ଦେଇଥିଲେ । ଏବେ ଅନୁରୂପ ଶାହାରୁଖଙ୍କ କ୍ଷେତ୍ରରେ ହେବାକୁ ଯାଉଛି । ଶାହାରୁଖଙ୍କ ଫିଲ୍ମ ‘ଜବ୍ ହାରି ମେଟ୍ ସିଜଲ’ ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରିପାରିନଥିବାରୁ , ଡିଷ୍ଟ୍ରିବ୍ୟୁଟର୍ସମାନେ ଶାହାରୁଖଙ୍କ ଠାରୁ ଅର୍ଥ ଫେରସ୍ତ ପାଇଁ ଦାବୀ କରିଛନ୍ତି ।

ସୂତ୍ରରୁ ପ୍ରକାଶ ଯେ, କିଛି ଫିଲ୍ମ ଡିଷ୍ଟ୍ରିବ୍ୟୁଟର୍ସ ଶାହାରୁଖଙ୍କୁ ମେସେଜ ଦେଇ ସଲମାନଙ୍କ ପରି ପଦକ୍ଷେପ ନେବାକୁ କହିଛନ୍ତି । ସେମାନେ ଶାହାରୁଖ ଖାନଙ୍କ ସହ ଅର୍ଥ ଫେରସ୍ତ ନେଇ କଥା ହୋଇଛନ୍ତି । ସୂଚନା ଏହିଯେ, ଶାହାରୁଖ ଖାନ୍ ଫଲ୍ମର ସାଟେଲାଇଟ୍,ମ୍ୟୁଜିକ୍ ଓ ଡିଜିଟାଲ ରାଇଟ୍ସ ବିକ୍ରିକରି ଭଲ ଅର୍ଥ କମାଇଛନ୍ତି । ଏହା ପ୍ରଥମଥର ନୁହେଁ କି ଶହାରୁଖଙ୍କ ଠାରୁ ଏପରି ଅର୍ଥ ଫେରସ୍ତ ପାଇଁ କୁହାଯାଉଛି । ଏହା ପୂ ର୍ବରୁ ଶାହାରୁଖ ନିଜର ଫିଲ୍ମ ‘ଦିଲୱାଲେ’ ଭଲ ପ୍ରଦର୍ଶନ ନକରିବା ଯୋଗୁଁ ଡିଷ୍ଟ୍ରିବ୍ୟୁଟର୍ସଙ୍କ କ୍ଷତିର ଭରଣା କରିଥିଲେ । ସେତେବେଳେ ସେ ୨୫ କୋଟି ଟଙ୍କା ଡିଷ୍ଟ୍ରିବ୍ୟୁଟର୍ସଙ୍କୁ ଫେରେଇଥିଲେ । ଏହା ପୂର୍ବରୁ ଶାହାରୁଖ ନିଜ ଫିଲ୍ମ ଅଶୋକା ଓ ପହେଲି ଭଲ ପ୍ରଦର୍ଶନ ନକରିବାରୁ ଡିଷ୍ଟ୍ରୁବ୍ୟୁଟର୍ସଙ୍କ ଅର୍ଥ ଫେରାଇଥିଲେ ।