ପ୍ରଭାସଙ୍କ ଆଗାମୀ ସିନେମା ‘ସାହୋ’ ପାଇଁ ଚାଲିଛି ନାୟିକା ଖୋଜା ! ରେସରେ ସାମିଲ ହେଲେ ଶ୍ରଦ୍ଧା କପୁର ଓ ଦିଶା ପଟ୍ଟାନୀ

41

ପ୍ରଭାସଙ୍କ ଆଗାମୀ ସିନେମା ‘ସାହୋ’ ପାଇଁ କ୍ୟାଟ୍ରିନାଙ୍କ ନାଁ ଆଉଟ ହେବା ପରେ ଏବେ ନାୟିକାଙ୍କ ରେସରେ ସାମିଲ ହୋଇଛି ୨ଜଣଙ୍କ ନାଁ । ବାଗୀ ଗର୍ଲ ଶ୍ରଦ୍ଧା କପୁର ଓ ଟିନଏଜ ନାୟିକା ଦିଶା ପଟ୍ଟାନୀ ଙ୍କୁ ସିନେମା ପାଇଁ ଆପ୍ରୋଚ କରାଯାଇଥିବା ଜଣାପଡିଛି ।

ଅଲରାଉଣ୍ଡର ଶ୍ରଦ୍ଧା ନିର୍ମାତାଙ୍କ ପ୍ରଥମ ପସନ୍ଦ ପାଲଟିଛନ୍ତି, ଅନ୍ୟପଟେ ଦିଶାଙ୍କ ବୋଲ୍ଡ ଅବତାର ପାଇଁ ତାଙ୍କୁ ଆପ୍ରୋଚ କରାଯାଇଥିବା ଜଣାପଡିଛି । ଆସନ୍ତାମାସ ସୁଦ୍ଧା ସିନେମାର ସୁଟିଂ ଆରମ୍ଭ ହେବ ବୋଲି ସୂଚନା ମିଳିଛି । ତେବେ ପ୍ରଭାସଙ୍କ ନାୟିକା କିଏ ହେବେ ଏନେଇ ଏପର୍ଯ୍ୟନ୍ତ ସସପେନ୍ସ ଜାରି ରହିଛି ।