ରବିବାରର ଶୀତୁଆ ସନ୍ଧ୍ୟାରେ ଫେଷ୍ଟ ଉତ୍ସବରେ ଦର୍ଶକଙ୍କୁ ମତୁଆଲା କଲେ ବଲିଉଡ ସିଙ୍ଗର ଶାନ : ଗାଇଲେ ମନଛୁଆଁ ଗୀତ

119

ବଲିଉଡ କଣ୍ଠଶିଳ୍ପୀ ଶାନଙ୍କ ଗୀତରେ ଝୁମିଲେ ରାଜଧାନୀବାସୀ । ଡଟ ଫେଷ୍ଟରେ ଶାନଙ୍କ ସୁମଧୁର ଗାୟକୀରେ ଦର୍ଶକ ଅଭିଭୁତ ହୋଇଥିବା ବେଳେ ଶୀତୁଆ ସନ୍ଧ୍ୟାରେ ସଙ୍ଗୀତ ଆସରକୁ ମନଭରି ଉପଭୋଗ କରିଛନ୍ତି । ‘ମେ ହୁଁ ଡନ’ ଗୀତ ଗାଇ ଶାନ ମଂଚକୁ ପ୍ରବେଶ କରିଥିବା ବେଳେ ଗୀତ ସରୁସରୁ ଓଡ଼ିଆରେ ପଚାରିଥିଲେ କେମିତି ଅଛନ୍ତି । ପରେ ବେହତି ହୱା ସା ..ବିନ କୁଛ କହେ ପରି ଏକାଧିକ ସୁପରହିଟ୍ ଗୀତ ଗାଇଥିଲେ ଶାନ୍ । ଶାନଙ୍କ ଗୀତ ଶୁଣିବାକୁ ପ୍ରବଳ ଗହଳି ପରିଲକ୍ଷିତ ହୋଇଥିଲା ।

ଗୋଟିଏ ପଟେ ଷ୍ଟାଡିୟମରେ ହକି ଖେଳ ଅନ୍ୟପଟେ ପ୍ରଦର୍ଶନୀ ପଡିଆରେ ହେବ ଡଟ୍ ଫେଷ୍ଟ । ହକିର ମାହୋଲକୁ ଗରମ କରିବା ପାଇଁ ଏହି ଡଟ୍ ଫେଷ୍ଟ ଉତ୍ସବ ଚାଲିଛି । ଦେଶ ତଥା ବିଦେଶରୁ ଆସିଥିବା ପର‌୍ୟ୍ୟଟକଙ୍କୁ ଏକ ଭିନ୍ନ ଧରଣର ଅନୁଭୂତି ଦେବାକୁ ଆସନ୍ତା ୧ରୁ ୧୬ ତାରିଖ ପର‌୍ୟ୍ୟନ୍ତ ଡଟ୍ ଫେଷ୍ଟ ଉତ୍ସବର ଆୟୋଜନ ହୋଇଛି । ଏହି ଉତ୍ସବରେ ୬ଟି ଷ୍ଟାର ନାଇଟ କାର‌୍ୟ୍ୟକ୍ରମ ରହିଛି । ଯେଉଁଥିରେ ବଲିଉଡର ଲୋକପ୍ରିୟ କଣ୍ଠଶିଳ୍ପୀ ମାନଙ୍କ ସ୍ୱରର ଯାଦୁରେ ଦୁଲୁକି ଉଠୁଛି ପୂରା ଭୁବନେଶ୍ୱର । ଗତକାଲି ସନ୍ଧ୍ୟାରେ ଭୁବନେଶ୍ୱରରେ ଶାନଙ୍କ ଯାଦୁ ଦେଖିବାକୁ ମିଳିଛି ।