ସାମନାକୁ ଆସିଲା ମୁମ୍ବାଇ-ଚେନ୍ନାଇ ବିମାନ ବନ୍ଦରରେ ଅପହରଣ ଗୁଜବର ସତ ! ପ୍ରେମିକାଙ୍କ ପାଇଁ ବିମାନକୁ ବିଳମ୍ବ କରିବାକୁ ଚାହୁଁଥିଲେ ଯୁବକ

33

କନକ ବ୍ୟୁରୋ : ହାଇଜ୍ୟାକ୍ ଆଲର୍ଟ ପଛର ରହସ୍ୟ । ପ୍ରେମ ପାଇଁ ରଚା ଯାଇଥିଲା ଅପହରଣ ଗୁଜବ । ଏପ୍ରିଲ ୧୫ତାରିଖରେ ମୁମ୍ବାଇ ପୁଲିସ ନିକଟକୁ ପଠାଯାଇଥିବା ବିମାନ ଅପହରଣ ସମ୍ପର୍କିତ ମେଲ୍ ପଛର କାରଣ ଜଣାପଡିଛି । ଏହି ମେଲ୍ କୌଣସି ଅପହରଣ ପାଇଁ ନଥିଲା ବରଂ ଥିଲା ନିଜ ପ୍ରେମିକାଙ୍କୁ ମୁମ୍ବାଇରୁ ଗୋଆ ଯାତ୍ରା କରିବାରୁ ରୋକିବା ପାଇଁ ।

ହାଇଦ୍ରାବାଦ ଟାସ୍କ ଫୋର୍ସ ଏହି ମାମଲାରେ ଚେନ୍ନାଇର ୩୨ବର୍ଷୀୟ ବ୍ୟବସାୟୀ ଏମ୍.ଭମ୍ଶି କ୍ରୀଷ୍ଣାଙ୍କୁ ଗିରଫ କରିଛି । ଗତ କିଛି ଦିନ ପୂର୍ବରୁ ସୋସିଆଲ ମିଡିଆରେ ଚେନ୍ନାଇର ଜଣେ ମହିଳାଙ୍କ ସହ କ୍ରୀଷ୍ଣାଙ୍କ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଏବଂ କ୍ରୀଷ୍ଣାଙ୍କ ସହ ତାଙ୍କ ପ୍ରେମିକା ଚେନ୍ନାଇରୁ ମୁମ୍ବାଇ ଏବଂ ପରେ ଗୋଆ ଯାଇ କିଛି ସମୟ ବିତାଇବା ପାଇଁ ଚାହୁଁଥିଲେ ।

ତେବେ ଏଥିପାଇଁ କ୍ରୀଷ୍ଣା ତାଙ୍କ ପ୍ରେମିକାଙ୍କୁ ମନା କରିବା ପାଇଁ ଚାହୁଁନଥିଲେ । ସେଥିପାଇଁ ସେ ଅପହରଣର ଏକ ଗୁଜବ ସୃଷ୍ଟି କରିଥିଲେ ଯାହା ଦ୍ୱାରା ତାଙ୍କ ପ୍ରେମିକା ଚେନ୍ନାଇରେ ହିଁ ରହିବେ ବୋଲି ସେ ଭାବିଥିଲେ । ଏପରିକି ନିଜ ପ୍ରେମିକାଙ୍କୁ ଚେନ୍ନାଇରୁ ମୁମ୍ବାଇ ପାଇଁ ଏକ ଜାଲ୍ ବିମାନ ଟିକେଟ ମଧ୍ୟ ଦେଇଥିଲେ । ଏନେଇ ସୂଚନା ଦେଇଛନ୍ତି ହାଇଦ୍ରାବାଦ ଏସଟିଏଫ ।

ଏଥିପାଇଁ କ୍ରୀଷ୍ଣା ଛଦ୍ମନାମ ବ୍ୟବହାର କରି ଜଣେ ମହିଳା ୟୁଜର ଭାବରେ ଅପହରଣ ନେଇ ମେଲ୍ କରିଥିଲେ । ଯେଉଁଥିରେ ସେ ଦର୍ଶାଇଥିଲେ ଯେ, ୬ଜଣଯୁବକ ମୁମ୍ବାଇ, ଚେନ୍ନାଇ ଓ ହାଇଦ୍ରାବାଦରୁ ଉଡାଣ ଭରିବାକୁ ଥିବା ବିମାନ ଅପହରଣ କରିବାର ଯୋଜନା କରିଛନ୍ତି । ଏହି ମେଲ୍ ପାଇବା ପରେ ମୁମ୍ବାଇ, ଚେନ୍ନାଇ ଏବଂ ହାଇଦ୍ରାବାଦ ବିମାନ ବନ୍ଦରରେ ୨୪ଘଂଟାରୁ ଅଧିକ ସମୟ ଧରି ହାଇ ଆଲର୍ଟ ଜାରି କରାଯାଇଥିଲା ।