୨୦୨୫ ସୁଦ୍ଧା ତିଆରି ହେବ ରୋବଟିକ୍ ସହର । ଉଡିବ କାର, ସୁରକ୍ଷା ଦେବେ ରୋବର୍ଟ

138

କନକ ବ୍ୟୁରୋ : ରାସ୍ତାରେ ରୋବର୍ଟ ବୁଲିବେ, ଉପରେ କାର ଉଡିବ । ଏଠାରେ କୌଣସି ଫିଲ୍ମର କଥା କୁହାଯାଉନାହିଁ । ଆସନ୍ତା ଦିନରେ ବାସ୍ତବରେ ଏପରି ଘଟିବାକୁ ଯାଉଛି । ହଲିଉଡ୍ ଫିଲ୍ମରେ ଯେପରି ରୋବର୍ଟ ଆଉ କାର ଆକାଶରେ ଉଡନ୍ତି, ଠିକ୍ ସେହିପରି ଏହି ଦେଶରେ ରୋବର୍ଟ ବୁଲିବେ ଆଉ କାର୍ ଉପରେ ଉଡିବ । ସାଉଦି ଆରବ ଏପରି ଏକ ସହର ବନାଇବାକୁ ଯାଉଛି, ଯେଉଁଠାରେ ରୋବର୍ଟ ଲୋକଙ୍କୁ ସୁରକ୍ଷା ଦେବା ସହ ଚାକିରି ମଧ୍ୟ କରିପାରିବେ । କେବଳ ଏତିକି ନୁହେଁ ଏହି ସହରରେ କୃତ୍ରିମ ବାଦଲ ତିଆରି ହେବ, କୃତ୍ରିମ ବାଦଲ ଜରିଆରେ ବର୍ଷା ହେବ । ମୋଟାମୋଟି ଭାବେ କହିବାକୁ ଗଲେ ଏହି ସହରରେ ସବୁକିଛି ମନୁଷ୍ୟ ତିଆରି ଜିନିଷ ରହିବ ।
ସାଉଦି ଆରବର ତବୁକ୍ ରାଜ୍ୟରେ ଏପରି ସହର ନିର୍ମାଣ କରାଯିବ । ଏହି ସହରର ନାମ ରଖାଯିବ ‘ନିୟୋମ’ । ବ୍ରିଟେନ୍ ଗଣମାଧ୍ୟମରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁସାରେ, ୨୦୨୫ ସୁଦ୍ଧା ପ୍ରସ୍ତୁତ ହୋଇଯିବ ଏହି ସହର । ‘ନିୟୋମ’ ବିଶ୍ୱର ସବୁଠୁ ଅଲଗା ସହର ଭାବେ ପରିଗଣିତ ହେବ । ସୌର ଶକ୍ତି ଏବଂ ପବନ ଶକ୍ତି ଦ୍ୱାରା ଏହି ସହର ସଂଚାଳିତ ହେବ । ସବୁଠୁ ବଡକଥା ହେଉଛି ଏହି ସହରରେ କ୍ରୁତ୍ରିମ ଚନ୍ଦ୍ର ନିର୍ମାଣ କରାଯିବ । ରାତି ହେଲେ ପ୍ରାକୃତିକ ଚନ୍ଦ୍ର ଭଳି କୃତ୍ରିମ ଚନ୍ଦ୍ର ରାତିରେ ଆଲୋକ ପ୍ରଦାନ କରିବ ।
‘ନିୟୋମ’ର ଅଧ୍ୟକ୍ଷ କ୍ରାଉନ ଫ୍ରିସ୍ ମହମ୍ମଦ ବିନି ସଲମାନଙ୍କ କହିଛନ୍ତି, ଏହି ସହର ଡ୍ରୋନ୍ ଫ୍ରେଣ୍ଡଲି ଏବଂ ରୋବର୍ଟିକ୍ସ ବିକାଶ କେନ୍ଦ୍ର ପାଲଟିବ । ଏଠାରେ ଉଡନ୍ତା କାର ଟ୍ୟାକ୍ସି ଦେଖିବାକୁ ମିଳିବ । ଠିକ୍ ହଲିଉଡ୍ ଫିଲ୍ମରେ ଉଡୁଥିବା ଟ୍ୟାକ୍ସି ଓ କାର ଭଳି । ସାଉଦି ଆରବରେ ବର୍ଷା ହେଉନାହିଁ କିନ୍ତୁ ଏହି ସହରରେ କୃତ୍ରିମ ବାଦଲ ତିଆରି କରାଯିବ । ସମୟ ଅନୁସାରେ ବର୍ଷା ହେବ । ଏଥିପାଇ କୋଟି କୋଟି ଟଙ୍କା ଖର୍ଚ୍ଚ ହେବ