କରୋନା ଭୟ ଭିତରେ କିପରି ହେବ ନିର୍ବାଚନ ? ମୁଖ୍ୟ ନିର୍ବାଚନ କମିଶନଙ୍କୁ ଭେଟିଲେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ

204

କନକ ବ୍ୟୁରୋ : ଦେଶରେ କରୋନାର ଭୟ ଭିତରେ କିପରି ହେବ ନିର୍ବାଚନ ? ମୁଖ୍ୟ ନିର୍ବାଚନ କମିଶନଙ୍କୁ ଭେଟିଲେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ । ଦେଶରେ ବର୍ତମାନର କରୋନା ସ୍ଥିତି ନେଇ ନିର୍ବାଚନ କମିଶନକୁ ଅବଗତ କରାଉଛନ୍ତି । କରୋନା ସ୍ଥିତି ନେଇ ଦ୍ୱିତୀୟ ଥର ନିର୍ବାଚନ କମିଶନକୁ ଅବଗତ କରାଉଛନ୍ତି ।

ଆଗକୁ ୫ଟି ରାଜ୍ୟରେ ନିର୍ବାଚନ ହେବାର ଅଛି । ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ଗୋଆ, ପଂଜାବ ଓ ମଣିପୁରରେ ନିର୍ବାଚନ ହେବ । ତେଣୁ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଥିବାରୁ କିପରି ନିର୍ବାଚନ ହେବ ସେନେଇ ନିର୍ବାଚନ କମିଶନ ନିଷ୍ପତ୍ତି ନେବେ । ଏପଟେ ଭର୍ଚୁଆଲ ରାଲି ଓ ଅନଲାଇନ୍ ଭୋଟିଂ ହୋଇପାରିବ କି ନାହିଁ, ସେନେଇ ନିର୍ବାଚନ କମିଶନଙ୍କୁ ପ୍ରଶ୍ନ କରିଛନ୍ତି ଉତ୍ତରାଖଣ୍ଡ ହାଇକୋର୍ଟ । ଜାନୁଆରୀ ୧୨ ତାରିଖ ସୁଦ୍ଧା ଏହା ଉପରେ ପ୍ରତିକ୍ରିୟା ଦାଖଲ କରିବାକୁ ଇସିଆଙ୍କୁ କୁହାଯାଇଛି ।