ରିଲ ନୁହେଁ ରିଅଲ ଲାଇଫର ଦବଙ୍ଗ ! ଗ୍ୟାଙ୍ଗଷ୍ଟାରଙ୍କ ଧମକକୁ କଲେନି ଖାତିର, ରେସ-୩ ଫିଲ୍ମର ସୁଟିଂ ଆରମ୍ଭ କଲେ ସଲମାନ ଖାନ

72

କେବଳ ରିଲ ଲାଇଫରେ ନୁହେଁ ରିଅଲ ଲାଇଫରେ ମଧ୍ୟ ଦବଙ୍ଗଗିରିର ପରିଚୟ ଦେଇଛନ୍ତି ବଲିଉଡ ଭାଇଜାନ ସଲମାନ ଖାନ ।ପୁଣିଥରେ ରେସ-୩ ଫିଲ୍ମ ପାଇଁ ସୁଟିଂ ଆରମ୍ଭ କରିଛନ୍ତି ଦବଙ୍ଗ ଖାନ । ପୂର୍ବରୁ ରେସ-୩ ଫିଲ୍ମର ସୁଟିଂ ସମୟରେ ସଲମାନଙ୍କୁ ମାରିଦେବା ପାଇଁ ଧମକ ମିଳିଥିଲା । ଏପରିକି ମୁମ୍ବାଇ ଗୋରେଗାଓଁ ଫିଲ୍ମ ସିଟିରେ ଭାଇଜାନଙ୍କ ଅପକମିଂ ଫିଲ୍ମ ରେସ ଥ୍ରିର ସୁଟିଂ ଚାଲିଥିବା ବେଳେ ହଠାତ କିଛି ଅଜଣା ଯୁବକ ସେଟରେ ପସି ଭଙ୍ଗାରୁଜା ସହ ହଙ୍ଗାମା କରିଥିଲେ । କୃଷ୍ଣକାୟ ହରିଣ ଶିକାର ମାମଲାରେ ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଶୋୟୀ ସଲମାନଙ୍କୁ ମାରିବାକୁ ଧମକ ଦେଇଥିଲେ । ଫଳରେ ମୁମ୍ବାଇ ପୋଲିସ ମଧ୍ୟ ସଲମାନଙ୍କୁ ଫିଲ୍ମ ସୁଟିଂ ବନ୍ଦ କରିବା ପାଇଁ ପରାମର୍ଶ ଦେଇଥିଲେ । କିନ୍ତୁ ଏହାର ଟିକିଏ ବି ଫରକ ଦବଙ୍ଗ ଖାନଙ୍କ ଉପରେ ପଡିନଥିଲା ।

Tiger-Zinda-Hai-Trailer-Talk-Tiger-Is-Back-With-More-Action-1ରିପୋର୍ଟ ଅନୁଯାୟୀ, ପୁଣିଥରେ ଦବଙ୍ଗ ଖାନ କଡା ସୁରକ୍ଷା ବଳୟ ମଧ୍ୟରେ ରେସ-୩ର ସୁଟିଂ କାର୍ଯ୍ୟ ଆରମ୍ଭ କରିବାକୁ ସ୍ଥିର କରିଛନ୍ତି । ଫିଲ୍ମର ଟାଇଟଲ ଟ୍ରାକ ପାଇଁ ମୁମ୍ବାଇରେ ୫ ଦିନ ସୁଟିଂ କରିବେ ସଲମାନ । ଏହି ସମୟରେ ମୁମ୍ବାଇ ଷ୍ଟୁଡିଓରେ ଅନିଲ କପୁର, ବବି ଦେଓଲ, ଜ୍ୟାକଲିନ, ଡେଜି ଶାହା ଓ ଶକିବ ସଲିମ ମଧ୍ୟ ସୁଟିଂ କରିବେ । ଏହାପରେ ।ସନ୍ତା ମାସରେ ଫିଲ୍ମ ସୁଟିଂ ପାଇଁ ପୂରା ଯୁନିଟ ବ୍ୟାଙ୍କକ ଯିବେ । ଏହା ବ୍ୟତୀତ ଫିଲ୍ମ ଦୁବାଇ ଏବଂ ଆବୁଧାବିରେ ମଧ୍ୟ ସୁଟିଂ ହେବ ।

ସଲମାନଙ୍କୁ ମାରିବା ପାଇଁ ଧମକ ମିଳିବା ପରେ ବିଗ ବସ ଫାଇନାଲ କିଛି ଦିନ ସ୍ଥଗିତ ରଖାଯିବ ବୋଲି ରିପୋର୍ଟ ପ୍ରକାଶ ପାଇଥିଲା । କିନ୍ତୁ ଏହା ସମ୍ପୂର୍ଣ୍ଣ ଭାବେ ଗୁଜବ ଥିଲା । ତେବେ ସଲମାନଙ୍କୁ ଧମକ ଦେଇଥିବା ରାଜସ୍ଥାନର ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଶୋଇଙ୍କୁ ପୋଲିସ ହେପାଜତକୁ ନିଆଯାଇଛି ।