ପୁଣି ନଜରକୁ ଆସିବେ ସଲମାନ- ଗୋବିନ୍ଦା ଯୋଡି ! ଦର୍ଶକଙ୍କ ପ୍ରତୀକ୍ଷାର ହେବ ଅନ୍ତ ।

21

ବଲିଉଡ ଦବଙ୍ଗ ଖାନ ଓ କମେଡି କରି ଲୋକଙ୍କ ହୃଦୟରେ ରାଜ କରିଥିବା ଗୋବିନ୍ଦା ସିଲ୍ୱରଙ୍କୁ ପୁଣିଥରେ ଏକାଠି ଦେଖିବାକୁ ପାଇବେ ଦର୍ଶକ । ଶୁଣାଯାଉଛି, ଫିଲ୍ମ ପାର୍ଟନରର ପାର୍ଟ-୨ ଆସୁଛି । ଯେଉଁଥିରେ ସଲମାନ ଓ ଗୋବିନ୍ଦା ପୁଣି ଥରେ ଏକାଠି କାମ କରିବେ ବୋଲି ଚର୍ଚ୍ଚା ହେଉଛି । ଯଦି ଏହା ସତ ହୁଏ, ତା’ହେଲେ ଦୀର୍ଘଦିନ ପରେ ଦୁଇ ଲୋକପ୍ରିୟ ଅଭିନେତାଙ୍କୁ ପୁଣି ଥରେ ଏକାଠି ଦେଖିବାକୁ ପାଇବେ ଦର୍ଶକ । ତେବେ ଏହି ଫିଲ୍ମର ନିର୍ଦ୍ଦେଶନା ଦେବେ ସଲମାନଙ୍କ ଭାଇ ସୋହେଲ ଖାନ ।

ସୂଚନା ଅନୁସାରେ, ୨୦୦୭ରେ ପାର୍ଟନର ଫିଲ୍ମର ପ୍ରଥମ ଭାଗ ରିଲିଜ ହୋଇଥିଲା । ଯେଉଁଥିରେ ନିର୍ଦ୍ଦେଶନା କାମ କରିଥିଲେ ସୋହେଲ ଖାନ ଓ ଡେଭିଡ ଧୱନ । ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ, ସଲମାନ, ଗୋବିନ୍ଦା, କାଟ୍ରିନା କୈଫ ଓ ଲାରା ଦସ୍ତା ।

ଯଦି ସବୁକିଛି ଠିକ ରୁହେ, ତା’ହେଲେ ପାର୍ଟନର ପାର୍ଟ-୨ ଖୁବଶିଘ୍ର ପରଦାକୁ ଆସିବ । ଏହି ପାର୍ଟନର ଫିଲ୍ମ ପାଇଁ ଗୋବିନ୍ଦା ବହୁ ଦିନ ପରେ ବଲିଉଡ ଦୁନିଆକୁ ଫେରିଥିଲେ । ସେତେବେଳେ ଏହି ଫିଲ୍ମ ହିଟ ମଧ୍ୟ ହୋଇଥିଲା । ତେବେ ପୁଣିଥରେ ସଲମାନ ସହ ନଜରରେ ଆସିବେ ଗୋବିନ୍ଦା ।