ଲଗାଣ ବର୍ଷାରେ ଧୋଇଗଲା ରାସ୍ତା : ପରଜଙ୍ଗ ଅଞ୍ଚଳକୁ ଯାତାୟତ ଠପ୍

30

କନକ ବ୍ୟୁରୋ : ଲଗାଣ ବର୍ଷାରେ ଧୋଇଗଲା ରାସ୍ତା । ଗୋଟିଏ ପଟେ ସେତୁ ତିଆରି ଚାଲିଥିବା ବେଳେ ଅନ୍ୟପଟେ ବର୍ଷାରେ ଧୋଇଯାଇଛି ରାସ୍ତା । ଏହି ଦୃଶ୍ୟ ଦେଖିବାକୁ ମିଳିଛି ଢେଙ୍କାନାଳ କାମାକ୍ଷାନଗର ତୁମୁସିଙ୍ଗା ଅଞ୍ଚଳରେ । ଲଗାଣ ବର୍ଷା ଯୋଗୁ ନୂଆ ତିଆରି ଚାଲିଥିବା ସେତୁର ପାଶ୍ୱର୍ ରାସ୍ତା ସମ୍ପୂର୍ଣ୍ଣ ଧୋଇଯାଇଛି ।

ଯାହାଫଳରେ ପରଜଙ୍ଗ ଅଞ୍ଚଳକୁ ଯାତାୟତ ଠପ୍ ହୋଇଛି । ବ୍ରିଜ୍ ନିର୍ମାଣ ଯୋଗୁ ପାଖରେ ମାଟି ପକାଇ ରାସ୍ତା ତିଆରି କରାଯାଇଥିଲା । ଆଉ ତାଉପରେ ଗାଡ଼ିମଟରରୁ ନେଇ ଲୋକେ ଯିବା ଆସିବା କରୁଥିଲେ । ହେଲେ ଲଗାଣ ବର୍ଷା ଯୋଗୁ ସେହି ରାସ୍ତା ଏବେ ଧୋଇ ଯିବାରୁ ଯାତାୟାତ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି ।