ମୋହନା ହରଭଙ୍ଗୀ ନଦୀରେ ବଢିଲା ଜଳସ୍ତର । ବିପଦସଙ୍କୁଳ ଅବସ୍ଥାରେ ୪ଟି ଗାଁର ଲୋକେ

64

କନକ ବ୍ୟୁରୋ : ଲଗାଣ ବର୍ଷାରେ ବେହାଲ ସ୍ଥିତି । ଗଜପତି ମୋହନା ହରଭଙ୍ଗୀ ନଦୀରେ ଜଳସ୍ତର ବୃଦ୍ଧି ପାଇବା ଯୋଗୁ ବିପଦସଙ୍କୁଳ ଅବସ୍ଥାରେ ୪ଟି ଗାଁର ଲୋକେ । ମୋହନାକୁ ସଂଯୋଗ କରୁଥିବା ବାଢେଇପୁରରୁ ନେଇ , ଧନୁପଙ୍କ ଓ ନୂଆ ସାହି ଗାଁରୁ ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇପଡ଼ିଛି ।

ସେପଟେ ବୁଧବାର ବର୍ଷାର ପରିମାଣ ଟିକେ କମିବାରୁ ନଦୀରେ ଜଳସ୍ତର ମଧ୍ୟ କମିଛି । ତଥାପି ଲୋକମାନେ ସେହି ବିପଦସଙ୍କୁଳ ଅବସ୍ଥାରେ ପ୍ରଖରସ୍ରୋତରେ ଯିବା ଆସିବା କରୁଛନ୍ତି । ନଦୀରେ ଯିବା ଆସିବା କରୁଥିବା ବେଳେ ବହୁବାର ବ୍ରିଜ୍ ପାଇଁ ଦାବି ହୋଇଆସୁଥିଲେ ବି ତାହା ହୋଇପାରିନି । ଯାହାକୁ ନେଇ ଅସନ୍ତୋଷ ଦେଖିବାକୁ ମିଳିଛି ।

ସେପଟେ, ଲଗାଣ ବର୍ଷା ଯୋଗୁଁ କନ୍ଧମାଳ-ବୌଦ୍ଧକୁ ସଂଯୋଗ କରୁଥିବା ରାଣୀପଥର ଘାଟିରୁ ଧସିଲା ମାଟି ଅତଡ଼ା । କିଛି ସମୟ ପାଇଁ ରାସ୍ତା ଅବରୋଧ ହୋଇଥିଲା । ଏହାପରେ ପ୍ରଶାସନ ପକ୍ଷରୁ ରାସ୍ତାରୁ ମାଟି ଅତଡ଼ା ହଟାଯାଇଛି । ଲଗାତର ତିନି ଦିନ ହେବ ବର୍ଷା ଲାଗିରହିବାରୁ ଜିଲ୍ଲାରେ ଥିବା ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଇଛି ।