ପୋଲାଭରମ ପ୍ରକଳ୍ପକୁ ବିରୋଧ କରୁଛି ସଂଗଠନ ରିଲା

15

କନକ ବ୍ୟୁରୋ : ପୋଲାଭରମ ପ୍ରକଳ୍ପକୁ ତ୍ୱରାନ୍ୱିତ କରିବା ପାଇଁ ଆନ୍ଧ୍ର ସରକାର ଚାହୁଁଥିବା ବେଳେ ଏହାକୁ ବିରୋଧ କରୁଛନ୍ତି କିଛି ସଂଗଠନ । ପୂର୍ବ ଗୋଦାବରୀ ଅଂଚଳର ରିଲା ନାମକ ଏକ ସଂଗଠନ ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲରେ ପିଟିସନ ଦାଖଲ କରିଥିଲେ । ପୋଲାଭରମର ସମସ୍ତ ମାମଲା ସୁପ୍ରିମକୋର୍ଟର ବିଚାରାଧିନ ଥିବାରୁ ଏହାର ଶୁଣାଣି କରିବାକୁ ଉଚ୍ଚତମ ନ୍ୟାୟାଳୟର ଅନୁମତି ମାଗିଛନ୍ତି ଏନଜିଟି । ଏଭଳି ସ୍ଥିତିରେ ସୁପ୍ରିମକୋର୍ଟଙ୍କୁ ଅଣଦେଖା କିପରି କରିପାରିବେ ବୋଲି ଏନଜିଟି ଆବେଦନକାରୀଙ୍କୁ ପ୍ରଶ୍ନ କରିଛନ୍ତି । ତାଙ୍କୁ ସୁପ୍ରିମକୋର୍ଟରେ ପକ୍ଷଭୁକ୍ତ ହେବାକୁ ସେ ପରାମର୍ଶ ଦେଇଛନ୍ତି । ମାମଲାର ପରବର୍ତୀ ଶୁଣାଣି ଫେବୃଆରୀ ୮ରେ ହେବ ।