ରାଜ୍ ଉପରୁ ଉଠିଲା ପରଦା ! ନୂଆବର୍ଷରେ ଏକାଠି ଦେଖିବାକୁ ମିଳିବନି ରଣବୀର ଏବଂ ଦୀପିକାଙ୍କୁ

15

ବିଦାୟୀ ବର୍ଷର ଶେଷ ଦିନ, ଏବଂ ନୂଆବର୍ଷର ପ୍ରଥମ ଦିନକୁ ସମସ୍ତେ ଖୁସିରେ ଅତିବାହିତ କରିବା ପାଇଁ ଇଚ୍ଛାପ୍ରକାଶ କରିଥାନ୍ତି । ବି-ଟାଉନର କିଛି ଚର୍ଚ୍ଚିତ ଯୋଡିକୁ ନେଇ ସେମିତି କିଛି ଖବର ଏବେ ଶୁଣିବାକୁ ମିଳିଛି । ଦୀପିକା, ଏବଂ ରଣବୀରଙ୍କୁ ବଲିଉଡ ଇଣ୍ଡଷ୍ଟ୍ରିର ସବୁଠୁ ଅଧିକ ହଟ୍ ଏବଂ ରୋମାଂଟିକ୍ ଯୋଡି ଭାବରେ ନିଆଯାଇଥାଏ ।

କିନ୍ତୁ ଏବେ ଏମାନଙ୍କ ବିଷୟରେ ଏହା ଶୁଣିବାକୁ ମିଳୁଛି ଯେ ସେମାନେ ବର୍ଷର ଶେଷଦିନ ମଧ୍ୟ ଏକାଠି କାଟିନଥିଲେ, କି ନୂଆବର୍ଷରେ ମଧ୍ୟ ସେମାନଙ୍କୁ ଏକାଠି ଦେଖିବାକୁ ମିଳିବନି ।

ଦୁଇଜଣଙ୍କୁ ୨୫ଡିସେମ୍ବରରେ ଶେଷଥର ପାଇଁ ଏକାଠି ଦେଖିବାକୁ ମିଳିଥିଲା । ବର୍ଷର ଶେଷଦିନରେ ମଧ୍ୟ ସେମାନଙ୍କୁ ମୁମ୍ବାଇରେ ଅଲଗା ଅଲଗା ଦେଖିବାକୁ ମିଳିଥିଲା । ରଣବୀର ଏବଂ ଦୀପିକା କ୍ରିସମାସ୍ ସେଲିବ୍ରେସନ ପାଇଁ ଦୁବାଇ ଯାଇଥିଲେ ।

କିନ୍ତୁ ନୂଆବର୍ଷ ପୂର୍ବରୁ ସେମାନେ ଦୁଇଜଣ ମୁମ୍ବାଇ ଫେରିଆସିଥିବାର ମଧ୍ୟ ବିଶ୍ୱସ୍ତ ସୂତ୍ରରୁ ଜଣାପଡିଛି । ଏହି ଦୁଇ ଚର୍ଚ୍ଚିତ ଅଭିନେତା ଏବଂ ଅଭିନେତ୍ରୀଙ୍କ ମଧ୍ୟରେ ଗତ କିଛିଦିନ ହେଲା କୈାଣସି କାରଣରୁ ଅନବନ ଚାଲିଛି ବୋଲି ଚର୍ଚ୍ଚା ମଧ୍ୟ ଚାଲିଛି । କିନ୍ତୁ ଏ ବିଷୟରେ ଦୁଇଜଣଙ୍କ ଠାରୁ କୈାଣସି ସନ୍ତୋଷଜନକ ଉତର ମିଳିପାରିନି ।