ଫେରିବ ରାମ ରାଜ୍ୟ ! ରାମ ଓ କୃଷ୍ଣ ଅବତାରରେ ଆର୍ବିଭାବ ହେଲେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ।

108

କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ନୂଆ ଅବତାର । ପ୍ରଥମେ ରାମ ଅବତାର ଏବଂ ପରେ କୃଷ୍ଣ ଅବତାରରେ ଆର୍ବିଭାବ ହୋଇଛନ୍ତି ରାହୁଲ । ନିଜ ସଂସଦୀୟ କ୍ଷେତ୍ର ଆମେଠିରେ ପହଞ୍ଚିବା ପୂର୍ବରୁ ରାହୁଲଙ୍କ ଏକ ଭିନ୍ନ ରୂପ ସାମ୍ନାକୁ ଆସିଛି । ଦୁଇଦିନିଆ ଆମେଠି ଗସ୍ତରେ ଯାଇଥିବା ରାହୁଲ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ । କିନ୍ତୁ ଏହାପୂର୍ବରୁ କଂଗ୍ରେସ କର୍ମୀଙ୍କ ମନରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି । ଏପରିକି ଆମେଠିରେ କିଛି ସ୍ଥାନରେ ପୋଷ୍ଟର ଲଗାଯାଇଛି ଯେଉଁଥିରେ ରାହୁଲଙ୍କୁ ରାମ ଭାବେ ଚିତ୍ରଣ କରାଯାଇଛି । ଏଥିରେ ମୋଦିଙ୍କୁ ଦଶାନନ ରାବଣ ଭାବେ ଦର୍ଶାଯାଇଛି । ଏହାଛଡା ଏହି ପୋଷ୍ଟରରେ ଲେଖାଯାଇଛି ଯେ, ୨୦୧୯ରେ ରାହୁଲ ରାଜ (ରାମରାଜ୍ୟ) ଫେରିବ । ଏଡି ପୋଷ୍ଟରରେ ରାହୁଲ ମୋଦିଙ୍କୁ ଲକ୍ଷ୍ୟ କରି ଏକ ଧନୁତରୀ ଧରି ଛିଡା ହୋଇଥିବାର ନଜର ଆସିଛନ୍ତି ।

photo_2228041_835x547-mକେବଳ ଆମେଠି ନୁହେଁ ଲକ୍ଷେ୍ନøରେ ମଧ୍ୟ ରାହୁଲଙ୍କୁ ଭଗବାନ କୃଷ୍ଣ ଭାବେ ଚିତ୍ରଣ କରାଯାଇଛି । ସ୍ଥାନୀୟ ନେତା ରାହୁଲ ଅବସ୍ଥିଙ୍କ ଦ୍ୱାରା ଲଗାଯାଇଥିବା ଏହି ପୋଷ୍ଟରରେ ରାହୁଲଙ୍କୁ କୃଷ୍ଣ ଭାବେ ଚିତ୍ରଣ କରାଯାଇଛି । ଏହି ପୋଷ୍ଟରରେ ରାହୁଲ କୃଷ୍ଣଙ୍କ ଭଳି ରଥ ଉପରେ ଛିଡା ହୋଇଛନ୍ତି । ତା ଛଡା ଏଥିରେ ଲେଖାଅଛି ଯେ, ସଂଘର୍ଷରୁ ବିଜୟ ଆଡକୁ ଗତି କରୁଛନ୍ତି ଦୁଇ ମହାରଥୀ । ଯେଉଁଥିରେ ରାହୁଲଙ୍କୁ କୃଷ୍ଣ ଓ ନିଜକୁ ସୁଦାମା ବୋଲି ଅଭିହିତ କରିଛନ୍ତି ରହୁଲ ଅବସ୍ଥି ।

ରାହୁଲଙ୍କ ଏଭଳି ପୋଷ୍ଟର ଲଗାଯିବା କିଛି ନୂଆ କଥା ନୁହେଁ । ଏହାପୂର୍ବରୁ ରାହୁଲଙ୍କୁ ବିଭିନ୍ନ ପୋଷ୍ଟରରେ ବିଭିନ୍ନ ରୂପରେ ଦେଖିବାକୁ ମିଳିଥିଲା । ଏପରିକି ରାହୁଲ ଗାନ୍ଧି କଂଗ୍ରେସ ଅଧ୍ୟକ୍ଷ ପଦ ହାତେଇବା ପରେ କାର୍ଯ୍ୟକତା ମାନେ ତାଙ୍କୁ ‘ପଣ୍ଡିତ’ରାହୁଲ ଗାନ୍ଧି ବୋଲି କହିଥିଲେ । ସେତେବେଳେ ଏହି ନାମରେ ମଧ୍ୟ ରାହୁଲଙ୍କ ପୋଷ୍ଟର ଲଗାଯାଇଥିଲା । ଏଥିରେ ଲେଖାଥିଲା, ୨୦୧୭ରେ କଂଗ୍ରେସ ଅଧ୍ୟକ୍ଷ ପଦ ଗ୍ରହଣ କରିଥିବା ରାହୁଲ ୨୦୧୯ରେ ପ୍ରଧାନମନ୍ତ୍ରୀ ପଣ୍ଡିତ ରାହୁଲ ଗାନ୍ଧି ହେବା ସୁନିଶ୍ଚିତ ।