ରିଲିଜ୍ ହୋଇଛି ସିନେମା ‘ରାବତା’ ଟ୍ରେଲର !

34

ରିଲିଜ୍ ହୋଇଛି ଆଗାମୀ ସିନେମା ‘ରାବତା’ର ଟ୍ରେଲର୍ । ଏଥିରେ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି ସୁଶାନ୍ତ ସିଂ ରାଜପୁତ୍ ଓ କୃତି ସେନନ୍ । ଏହି ଟ୍ରେଲର୍ ଦୁହିଁଙ୍କ ପୁର୍ନଜନ୍ମର କାହାଣୀ ରହିଛି । ଏଥିରେ ଇରଫାନ ଖାନଙ୍କ  ସ୍ୱର ଶୁଣିବାକୁ ମିଳିଛି । ଟ୍ରେଲର୍ ଶେଷରେ ସେ କହିଛନ୍ତି, ‘ଏକ୍ ଥା ରାଜା, ଏକ୍ ଥୀ ରାନୀ, ଦୋନୋ ମର୍ ଗଏ ଖତମ୍ କାହାନୀ’ । ତେବେ ଟ୍ରେଲର୍ରେ ଏହା ସସପେନ୍ସ ହୋଇ ରହିଛି ।

ସିନେମା ‘ରାବତା’ର ନିର୍ଦ୍ଦେଶନା ଦେଇଛନ୍ତି ଦିନେଶ୍ ବିଜାନ୍ । ତେବେ ଟ୍ରେଲର୍ ରିଲିଜ୍ର ମାତ୍ର କିଛି ସମୟ ମଧ୍ୟରେ ଏହାକୁ ଏକ କୋଟିରୁ ଅଧିକ ଦର୍ଶକ ଦେଖି ସାରିଛନ୍ତି । ପ୍ରଶଂସକମାନେ ଲଗାତାର୍ ଏହାକୁ ନେଇ ନିଜର ପ୍ରତିକ୍ରିୟା ଦେଉଛନ୍ତି । ବଲିଉଡ୍ ତାରକାମାନେ ମଧ୍ୟ ଏହାକୁ ଦେଖି ଖୁବ୍ ପ୍ରଂଶସା କରୁଥିବା ଜଣାପଡିଛି । ସିନେମାଟି ଜୁନ୍ ୯ରେ ରିଲିଜ୍ ହେବାର ଯୋଜନା ରହିଛି ।

ଏହା ସହ ଦେଖନ୍ତୁ ଟ୍ରେଲର-