ରତ୍ନ ଭଣ୍ଡାର ଚାବି ହଜିବା ଘଟଣାର ଦ୍ୱିତୀୟ ପର୍ଯ୍ୟାୟ ତଦନ୍ତ କରିବା ଲାଗି ପୁରୀ ଗସ୍ତରେ ଜଷ୍ଟିସ ରଘୁବୀର ଦାସ !

37

କନକ ବ୍ୟୁରୋ : ପୁରୀ ଶ୍ରୀମନ୍ଦିରରେ କୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । କିଛି ଦିନ ପୂର୍ବରୁ ମନ୍ଦିରର ରତ୍ନ ଭଣ୍ଡାରକୁ ନେଇ ଅନେକ କଥା ଶୁଣିବାକୁ ମିଳିଛି । ତେବେ ଚାବି ନଥିବା ଜଣାପଡିବା କଥା ଜଣାପଡିବା ପରେ ପ୍ରଶାସକ ସେବାୟତ ଓ ସରକାର ସମସ୍ତେ ବିବାଦ ମଧ୍ୟକୁ ଟାଣିହୋଇ ଆସିଥିଲେ । ଠାକୁରଙ୍କର ଚାବି କେଉଁ ପରିସ୍ଥିତିରେ ହଜିଲା ତାହାର ତଦନ୍ତ ହେବ ବୋଲି କୁହାଗଲା । ଏହା ଲାଗି ସରକାର ମଧ୍ୟ କମିଶନ ଗଠନ କଲେ । ତେବେ ରଥଯାତ୍ରାକୁ ଦୃଷ୍ଟିରେ ରଖି ତଦନ୍ତ ପ୍ରକ୍ରିୟାକୁ ସାମାନ୍ୟ ବିଳମ୍ବ କରାଗଲା । ତେବେ ସେ ଯାହା ହେଉ ପୁଣିଥରେ କମଶନ ତତ୍ପର ହୋଇଥିବା ଦେଖାଯାଇଛି । ସୂଚନା ଅନୁସାରେ ତଦନ୍ତ ପାଇଁ ଗଠନ କରିଥିବା ଜଷ୍ଟିସ୍ ରଘୁବୀର ଦାସ କମିସନ୍ ସୋମବାର ପୁରୀ ଆସୁଛନ୍ତି।

 

ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ କମିଶନଙ୍କ ଦ୍ୱିତୀୟ ଶୁଣାଣି ହେବ। ଏହି ଅବସରରେ ପୂର୍ବରୁ ଆହ୍ଵାନ କରାଯାଇଥିବା ସତ୍ୟପାଠ ଓ ଅନ୍ୟାନ୍ୟ ପ୍ରସଙ୍ଗରେ ଆଲୋଚନା କରାଯିବ। ଏହି ଅବସରରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ ଓ ଅନ୍ୟ ଅଧିକାରୀଙ୍କ ସହ କମିସନ୍ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଏହା ପୂର୍ବରୁ କମିସନ୍ ଚାବି ହଜିବା ପ୍ରସଙ୍ଗରେ ସେବାୟତ ଓ ଅନ୍ୟମାନଙ୍କଠାରୁ ସତ୍ୟପାଠ ଆହ୍ଵାନ କରିଥିଲେ। ଏ ସଂପର୍କରେ କିଛି ସତ୍ୟପାଠ କମିଶନଙ୍କ ହସ୍ତଗତ ହୋଇଛି। ଏହି ସତ୍ୟପାଠ ଓ ଅନ୍ୟାନ୍ୟ ତଥ୍ୟପ୍ରମାଣକୁ ନେଇ ଆସନ୍ତାକାଲି କମିଶନଙ୍କ ଦ୍ୱିତୀୟ ଶୁଣାଣି ପୁରୀଠାରେ ଅନୁଷ୍ଠିତ ହେବ। ଯାହା ଉପରେ ସମସ୍ତଙ୍କର ନଜର ରହିଛି। ତେବେ ଏହି ଚାବି ହଜିବା ଘଟଣାରେ କେବଳ ଓଡିଶାରେ ନୁହେଁ ବରଂ ସାରା ବିଶ୍ୱରେ ଚର୍ଚ୍ଚା ଲାଗି ରହିଛି । ତେବେ ଶ୍ରୀମନ୍ଦିର ସହ ହିନ୍ଦୁ ଧର୍ମର ଭାବାବେଗ ଜଡିତ ଥିବାରୁ ସାରା ଦେଶର ଲୋକ କମିଶନଙ୍କ ତଦନ୍ତ ଉପରେ ନଜର ରହିଛି ।