ଯୌତୁକରେ କୁକୁର ! ଭାବି ସ୍ୱାମୀଙ୍କ ନାଁ ପରେ ଭାଙ୍ଗିଗଲା ବିବାହ

30

capture1ନିଜ ପୋଷା କୁକୁର ପ୍ରତି ଥିବା ସ୍ନେହ ବେଙ୍ଗାଲୁରୁର ଜଣେ ଯୁବତୀଙ୍କୁ ରାତାରାତି ସୋସିଆଲ୍ ମିଡିଆରେ ଷ୍ଟାର୍ ବନେଇ ଦେଇଛି । ଟାଇମ୍ସ ଅଫ୍ ଇଣ୍ଡିଆରେ ପ୍ରକାଶିତ ଖବର ଅନୁଯାୟୀ ବେଙ୍ଗାଲୁରୁର କରିଶ୍ମା ୱାଲିଆ ବିବାହ ସମୟରେ ତାଙ୍କ ପୋଷା କୁକୁରକୁ ସାଥିରେ ନେବାକୁ ଚାହୁଁଥିଲେ । କିନ୍ତୁ ଏଥିରେ ରାଜି ହୋଇ ନଥିଲେ ତାଙ୍କ ଭାବି ସ୍ୱାମୀ । ଆଉ ରୋକ୍ ଠୋକ୍ ମନା କରି କହିଥିଲେ ସେହି କୁକୁରକୁ ବିବାହ କର ବୋଲି । ଫଳରେ କରିଶ୍ମା ନିଜ ବାହାଘର ଭାଙ୍ଗି ଦେଇଛନ୍ତି । ଏହା ସହ ନିଜ ଭାବି ସ୍ୱାମୀଙ୍କ ସହ ହୋଇଥିବା ଏହି ହ୍ୱାଟ୍ସଆପ୍ ଚାଟକୁ ସୋସିଆଲ୍ ମିଡିଆରେ ଅପଲୋଡ୍ ମଧ୍ୟ କରିଛନ୍ତି । ଯାହା ଏବେ ଭାଇରାଲ୍ ହେବା ସହ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି।