ଭାରତ ଡ୍ରୋନ ମହୋତ୍ସବର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦି । ୨୦୩୦ ସୁଦ୍ଧା ଭାରତ ପାଲଟିବ ଗ୍ଲୋବାଲ ଡ୍ରୋନ୍ ହବ୍ ।  

77

କନକ ବ୍ୟୁରୋ : ଭାରତ ଡ୍ରୋନ ମହୋତ୍ସବରେ ଦେଶ ନିଜର ଦମ ଦେଖାଇଛି । ବିଭିନ୍ନ କ୍ଷେତ୍ରରେ ଡ୍ରୋନ ବ୍ୟବହାର କରି କାମ କରିବାରେ ସଫଳତା ମିଳୁଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଭାରତ ଡ୍ରୋନ ମହୋତ୍ସବର ଉଦଘାଟନ କରି କହିଛନ୍ତି, ଭାରତ ଆଗାମୀ ଦିନରେ ଗ୍ଲୋବାଲ ଡ୍ରୋନ ହବ୍ରେ ପରିଣତ ହେବ । ପ୍ରତିରକ୍ଷା କ୍ଷେତ୍ରରେ ମଧ୍ୟ ଡ୍ରୋନର ବ୍ୟବାହର ବଢିବ । ମୋଦି କହିଛନ୍ତି ପୂର୍ବରୁ ଡ୍ରୋନ କ୍ଷେତ୍ରରେ ବହୁ କଟକଣା ଥିଲା । କିନ୍ତୁ ଆମେ ସେଥିରୁ ଅଧିକାଂଶ କଟକଣା ହଟାଇ ଦେଇଛୁ । ଯାହା ଷ୍ଟାଟଅପ୍ମାନଙ୍କ ପାଇଁ ସହାୟକ ହେଉଛି । ସମୟ ଥିଲା ଟେକ୍ନୋଲୋଜି ବ୍ୟବହାର କ୍ଷେତ୍ରରେ ବହୁ ସମସ୍ୟା ଥିଲା । କିନ୍ତୁ ୨୦୧୪ ପରେ ଆମେ ଟେକ୍ନୋଲୋଜିର ବିକାଶ ଉପରେ ଗୁରୁତ୍ୱ ଦେବା ସହ ଦେଶର ସବୁ କୌଣରେ ପହଂଚାଇବାକୁ ଚେଷ୍ଟା କରିଛୁ ।

 ପ୍ରଧାନମନ୍ତ୍ରୀ ମୋଦି ସ୍ୱମିତ୍ୱ ଯୋଜନାକୁ ପ୍ରଶଂସା କରିଛନ୍ତି । ପିଏମ ସ୍ୱମିତ୍ୱ ଯୋଜନାରେ ଗ୍ରାମାଚଂଳରେ ଡ୍ରୋନ ସହାଯ୍ୟରେ ଜମିଗୁଡିକର ହେଉଥିବା ଡିଜିଟାଲ ମ୍ୟାପିଂର ଉଦାହରଣ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଡ୍ରୋନ ମାଧ୍ୟମରେ ଗ୍ରାମାଂଚଳରେ ବୈଜ୍ଞାନିକ ଆଧାରର ଘରର ନକ୍ସାର ଫଟୋ ଉଠାଯାଇ ପାରୁଛି । ବିବାଦୀୟ ଜମି କ୍ଷେତ୍ରରେ ଏହା ସଠିକ୍ ମାପ କରି ସମସ୍ୟାର ସମାଧାନ କରିପାରୁଛି । ଫଳରେ ପକୃତ ହିତାଧିକାରୀ ଏହା ଲାଭ ପାଇପାରୁଛି ବୋଲି କହଛନ୍ତି କେନ୍ଦ୍ରମନ୍ତ୍ରୀ ଜୈର୍ତିଆଦିତ୍ୟ ସିନ୍ଧଆ । କେନ୍ଦ୍ରମନ୍ତ୍ରୀ କହିଛନ୍ତି, ୨୦୨୬ ସୁଦ୍ଧା ୧୫ ହଜାର କୋଟିର ଶିଳ୍ପ ବନିବ ଏବଂ ୨୦୩୦ ସୁଦ୍ଧା ଭାରତ ବିଶ୍ୱର ଡ୍ରୋନର ହବରେ ପରିଣତ ହେବା ସହ ବିଶ୍ୱର ନେତୃତ୍ୱ କରିବ ।

ନୂଆ ଡ୍ରୋନ ରୁଲ ଲାଗୁ ହେବା ପରେ ଭାରତ ସରକାରଙ୍କର ୧୨ରୁ ଅଧିକ ମନ୍ତ୍ରଣାଳୟ ଏବଂ ୧୪ ରୁ ଅଧିକ ରାଜ୍ୟରେ ଡ୍ରୋନ ବବ୍ୟହାର ଉପରେ ଗୁରୁତ୍ୱ ଦିଆଯାଉଛି । ଆଗାମୀ ଦିନରେ ଅନ୍ୟ ରାଜ୍ୟଗୁଡିକ ମଧ୍ୟ ଏହାକୁ ଆପଣାଇବ ବୋଲି ଆଶା କରାଯାଉଛି ।