ମହଙ୍ଗା ପଡିଲା କୁକୁର ପ୍ରେମ । ବଦଳିଳେ ଆଇଏଏସ୍ ଦମ୍ପତି ।

132

କନକ ବ୍ୟୁରୋ :  ଆଇଏଏସ ଦମ୍ପତିଙ୍କୁ ମହଙ୍ଗା ପଡିଲା କୁକୁର ପ୍ରେମ । ଷ୍ଟାଡିୟମରେ ନିଜ କୁକୁର ବୁଲିବା ପାଇଁ ଆଥଲେଟିକ୍ସମାନଙ୍କୁ ପଡିଆରୁ ବାହାରକୁ ଯିବାକୁ ନିର୍ଦ୍ଦେଶ ଦେଇଥିବା ଆଇଏଏସ ଅଫିସରଙ୍କୁ ଦିଲ୍ଲୀରୁ ବାହାରକୁ ଯିବାକୁ ପଡିଛି । ଦିଲ୍ଲୀର ପ୍ରନସିପାଲ ସଚିବ ଆଇଏଏସ୍ ସଞ୍ଜିବ ଖିରୱାରଙ୍କ ସହ ତାଙ୍କ ପତ୍ନି ରିଙ୍କୁ ଦଗ୍ଗାଙ୍କର ମଧ୍ୟ ବଦଳି କରିଦିଆଯାଇଛି । ସଞ୍ଜୀବଙ୍କୁ ଲଦାଖ ପଠାଇ ଦିଆଯାଇଥିବା ବେଳେ ତାଙ୍କ ପତ୍ନିଙ୍କୁ ଅରୁଣାଚଂଳ ପ୍ରଦେଶ ବଦଳୀ କରାଯାଇଛି । ଯାହାକୁ ନେଇ ଖୁସୀ ବ୍ୟକ୍ତ କରିଛନ୍ତି ଆଥଲେଟ୍ ।

ଦିଲ୍ଲୀର ତ୍ୟାଗରାଜ ଷ୍ଟାଡିୟମରେ ପ୍ରତିଦିନ ଅଭ୍ୟାସ କରିବାକୁ ଆସୁଥିବା ଆଥଲେଟ୍ ତଥା ଖେଳାଳୀମାନଙ୍କୁ ସନ୍ଧ୍ୟା ୬ ପୂର୍ବରୁ ପଡିଆରୁ ବାହାରକୁ ଯିବାକୁ ନିର୍ଦ୍ଦେଶ ରହିଥିଲା । କାରଣ ଦିଲ୍ଲୀ ରେଭିନ୍ୟୁ ବିଭାଗର ପ୍ରନିସିପାଲ ସଚିବ ଏବଂ ତାଙ୍କ ପତ୍ନି ସେଠାରେ ଭ୍ରମଣ  କରିବା ସହ ତାଙ୍କ କୁକୁର ପଡିଆରେ ବୁଲାବୁଲି କରିବ । ଏନେଇ ଗଣମାଧ୍ୟମରେ ଖବର ପ୍ରସାରଣ ପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଗୃହ ବିଭାଗ । ତେବେ ଏହି ଘଟଣା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲ ଦିଲ୍ଲୀର ସମସ୍ତ ଷ୍ଟାଡିୟମକୁ ରାତି ୧୦ ଟା ଯାଏ ଖୋଲା ରହିଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ।