ପୁରୁଣା ନୋଟ୍ ଉପରେ ମୋଦିଙ୍କ ସର୍ଜିକାଲ ଷ୍ଟ୍ରାଇକ୍ ! ଜନ ଧନ ଖାତାରେ ଜମା ହେଲା ୨୧ ହଜାର କୋଟି

29

କନକ ବ୍ୟୁରୋ : ଜନ ଧନ ଖାତାରେ ଜମା ହେଲାଣି ୨୧ ହଜାର କୋଟି । ପୁରୁଣା ନୋଟ୍ ଉପରେ ମୋଦିଙ୍କ ସର୍ଜିକାଲ ଷ୍ଟ୍ରାଇକ୍ ପରେ ଜନ ଧନ ଖାତା ଗୁଡିକରେ ପ୍ରାୟତଃ ୨୧ ହଜାର କୋଟି ଟଙ୍କା ଜମା ହୋଇ ସାରିଲାଣି । ପଶ୍ଚିମବଙ୍ଗରେ ଜନ ଧନ ଖାତାରେ ସର୍ବାଧିକ ଜମା କରାଯାଇଥିବା ବେଳେ ଏହା ପଛକୁ କର୍ଣ୍ଣାଟକ ରହିଛି । ବିଗତ ୧୩ ଦିନରେ ଜନ ଧନ ଖାତାରେ ପ୍ରାୟତଃ ୨୧ ହଜାର କୋଟି ଟଙ୍କା ଜମା ହୋଇ ସାରିଛି ।

ଜନ ଧନ ଖାତାରେ ସର୍ବାଧିକ ୫୦ ହଜାର ଟଙ୍କା ଜମା କରାଯାଇପାରିବ । ଏ ସମ୍ବନ୍ଧରେ କିଛି ଦିନ ତଳେ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ମଧ୍ୟ ନିଜ ପ୍ରତିକ୍ରିୟା ରଖିଥିଲେ । ପୁରୁଣା ନୋଟ୍ ବ୍ୟାନ ହେବା ପୂର୍ବରୁ ଜନ ଧନ ଖାତା ଗୁଡିକରେ ପ୍ରାୟତଃ ଜିରୋ ବାଲାନ୍ସ ରହୁଥିଲା, କିନ୍ତୁ ହଠାତ୍ ଏବେ ଏତେ ପରିମାଣର ଟଙ୍କା ଏହି ଖାତା ଗୁଡିକରେ ଜମା ହେବା ନେଇ ଏବେ ଅନେକ ପ୍ରଶ୍ନ ଉଠୁଛି ।

ଜନ ଧନ ଖାତା ଗୁଡିକର ଅପବ୍ୟବହାର ମଧ୍ୟ କରାଯାଉଛି ବୋଳି କିଛି ସ୍ଥାନରେ ଅଭିଯୋଗ କରାଯାଇଛି । କୈାଣସି ସ୍ଥାନରେ ସେଭଳି ବେଆଇନ କାରବାର ସମ୍ବନ୍ଧରେ ଧରାପଡିବ, ତେବେ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସରକାର ସ୍ପଷ୍ଟ ମଧ୍ୟ କରିଛନ୍ତି ।