ଫିଲ୍ମ ‘ପଦ୍ମାବତୀ’କୁ ନେଇ ହଙ୍ଗାମା ! ପୁଲିସ୍ ସୁରକ୍ଷାରେ ଦୀପିକାଙ୍କ ପିତାମାତାଙ୍କ ଘର !

32

ଏହି ସମୟରେ ଫିଲ୍ମ ‘ପଦ୍ମାବତୀ’ ର ରିଲିଜକୁ ନେଇ ସାରା ଦେଶରେ ଯେମିତି ହଙ୍ଗାମା ଚାଲିଛି । ସେମିତି ଏଥିରେ ସଂପୃକ୍ତ କଳାକାରଙ୍କର ମଧ୍ୟ ସମସ୍ୟା ବଢିଯାଇଛି । ଏହି ଫିଲ୍ମର ମୁଖ୍ୟ ଅଭିନେତ୍ରୀ ଦୀପିକାଙ୍କ ପ୍ରତି ବିପଦ ଦେଖାଦେଇଛି । କରଣୀ ସେନା ଓ ଅନ୍ୟ କିଛି ସଂଗଠନ ତାଙ୍କୁ ବାରମ୍ବାର ଜୀବନରେ ମାରିଦେବାକୁ ଦେଇଛନ୍ତି ଧମକ । ଏହାପରେ ଦୀପିକାଙ୍କ ପରିବାର ଉପରେ ମଧ୍ୟ ଆକ୍ରମଣ ହେବାର ଆଶଙ୍କା ଦେଖାଦେଇଛି ।

ଏଥିପାଇଁ ଦୀପିକାଙ୍କ ମାତାପିତାଙ୍କ ବେଙ୍ଗାଲୁରୁ ଘରର ବାହାରେ ସୁରକ୍ଷାକୁ ନେଇ ପୁଲିସ୍ ନିଯୁକ୍ତ ହୋଇଛନ୍ତି । ଏହା ବିଷୟରେ ଅଧିିକ ସୂଚନା ଦେଇ , ସେଠାରେ ଉପସ୍ଥିତ ପୁଲିସ୍ ଇନ୍ସପେକ୍ଟର ଗିରିଶ ନାଇକ, ଜେ.ସି.ନଗର ପୁଲିସ୍ ଥାନା କହିଛନ୍ତି , ‘ଦୀପିକା ପାଦୁକୋଣଙ୍କର ପ୍ୟାରେଣ୍ଟସଙ୍କର ଜେ.ସି. ନଗର ଘରର ବାହାରେ ଦୁଇ ଜଣ ପୁଲିସ୍ କର୍ମଚାରୀଙ୍କୁ ସୁରକ୍ଷା ଦାୟିତ୍ୱ ଦିଆଯାଇଛି । ’

ଉଲ୍ଲେଖନୀୟ ଯେ , କିଛି ଦିନ ପୂର୍ବେ ହରିଆଣା ଭାରତୀୟ ଜନତା ପାର୍ଟିର ନେତା କୁଅଁର ସୁରଜପାଲ ସିଂହ ଅମ୍ମୁ ଫିଲ୍ମ ‘ପଦ୍ମାବତୀ’ କାରଣରୁ ଦୀପିକା ଓ ନିର୍ଦ୍ଦେଶକ ସଂଜୟ ଲୀଳା ଭଂସାଲୀଙ୍କର ମୁଣ୍ଡ କାଟିବା ନେଇ ,୧୦ କୋଟି ଟଙ୍କାର ପୁରସ୍କାର ଘୋଷଣା କରିଥିଲେ । କାରଣ ଫିଲ୍ମରେ ରାଜପୁତ ରାଣୀ ପଦ୍ମନୀଙ୍କର ଜୀବନ କାହାଣୀକୁ ଦର୍ଶାଯାଇଛି । କୁଅଁର ଏହି ପୁରା ମାମଲା ଉପରେ କହିଥିଲେ , ‘ଆମେ ନିଜର ହାତରେ ଆଇନକୁ ନେବାକୁ ଚାହୁଁନାହୁଁ , କିନ୍ତୁ ଯେକେହି ରାଜପୁତ ରାଜା ଓ ରାଣୀଙ୍କର ଛବିକୁ ମଳିନ କରିବାକୁ ଚେଷ୍ଟା କରିବ , ତାକୁ ଆମେ ଛାଡିବୁନି । ’

ଏବେ ଦିନକୁ ଦିନ ଫିଲ୍ମ ‘ପଦ୍ମାବତୀ’କୁ ନେଇ ଜଳୁଛି ବିରୋଧର ନିଆଁ । ଫିଲ୍ମର ରିଲିଜ ତାରିଖ ବି ଘୁଂଚାଇ ଦିଆଯାଇଛି ।