ଫ୍ୟାନ୍ ହେଲେ ମୋଦି ! ଯୁବକଙ୍କ ଅଭିନବ ପ୍ରୟାସରେ ପ୍ରଭାବିତ ହୋଇ ଟ୍ୱିଟରରେ କଲେ ଅନୁସରଣ

34

ସ୍ୱଚ୍ଛ ଭାରତ ଅଭିଯାନର ଆରମ୍ଭରୁ ଲୋକମାନେ ଏପରି ଏକ ନିଆରା ପଦକ୍ଷେପ ନେଇ ବହୁତ ଉତ୍ସାହିତ ଥିଲେ ।
ସମସ୍ତେ ଆଶା କରୁଥିଲେ କି ବିଳମ୍ବରେ ହେଉ ପଛେ ଦେଶ ସ୍ୱଚ୍ଛତା ଆଡକୁ ଅଗ୍ରସର ହେଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏ ସମ୍ମନ୍ଧରେ ଅଧିକ ଗୁରୁତ୍ୱ ଦେଉଥିଲେ ଓ ଦେଶର ସବୁଠାରୁ ସଫାସୁତୁରା ଗାଁ ମାଁଲିଙ୍ଗୋଗକୁ ସମ୍ମାନିତ ମଧ୍ୟ କରିଥିଲେ ।

ଏହି ଅଭିଯାନରେ ବଡ ବଡ ତାରକାମାନଙ୍କୁ ଯୋଡା ଯାଇଥିଲା ଯାହା ଦ୍ୱାରା ଲୋକମାନେ ତାଙ୍କୁ ଦେଖି ନିଜର ଆଖପାଖ ଅଞ୍ଚଳକୁ ସଫା ରଖିବା ପାଇଁ ପ୍ରେରିତ ହୋଇ ପାରିବେ । ଲୋକମାନେ ବଡ ବଡ ଝାଡୁ ନେଇ ଘରୁ ବାହାରିଲେ ସଫା କରିବା ପାଇଁ । କିନ୍ତୁ ଯେତେ ପରିମାଣରେ ସ୍ୱଚ୍ଛ ଭାରତ ଅଭିଯାନ ଫଳପ୍ରଦ ନହେଲା ଲୋକମାନେ ସେତେ ଅଧିକ ଫଟୋ ଉଠାଇଲେ ।

zzzନିକଟରରେ ଜଣେ ଯୁବକ ସ୍ୱଚ୍ଛତାକୁ ନେଇ କିଛି ଏମିତି କରିଛନ୍ତି ଯାହା ପ୍ରଧାନମନ୍ତ୍ରୀ ମୋଦିଙ୍କୁ ବହୁତ ପସନ୍ଦ ଆସିଛି । ଉକ୍ତ ଯୁବକ ଜଣକ ହେଲେ ଆକାଶ ଜୈନ ଓ ସେ ପେଶାରେ ଜଣେ ବ୍ୟବସାୟୀ । ତାଙ୍କ ବାପା ଅତିଥିଙ୍କୁ ଆମନ୍ତ୍ରିତ କରିବା ପାଇଁ ଝିଅର ବିବାହ ନିମନ୍ତ୍ରଣ ପତ୍ରରେ ସ୍ୱଚ୍ଛ ଭାରତ ଅଭିଯାନର ଲୋଗୋ ତିଆରି କରିଛନ୍ତି ।

ଏହା ଲୋକଙ୍କ ପାଇଁ ନିଶ୍ଚିତ ପ୍ରେରଣାଦାୟୀ ହେବା ସହ, ଆକାଶଙ୍କ ପରିବାର ତରଫରୁ ଏହା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ । ସବୁଠାରୁ ବଡ କଥା ହେଲା ଏହି ପରିବାର ଲୋକମାନେ ଏକ ନୂଆ ତଥା ଭିନ୍ନ ଉପାୟରେ ଦେଶର ଲୋକଙ୍କୁ ସଚେତନ କରିବା ପାଇଁ ଚିନ୍ତା କରିଛନ୍ତି । ଆକାଶ ଏହି ଅଭିନବ ପ୍ରୟାସକୁ ଟ୍ୱିଟରରେ ଶେୟାର କରି ପ୍ରଧାନମନ୍ତ୍ରୀଙ୍କୁ ଟ୍ୟାଗ ମଧ୍ୟ କରିଛ«ò ।

ଏହାପରେ ଯାହା ହେଲା ଆକାଶଙ୍କ ଖୁସର ସୀମା ରହିଲା ନାହିଁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆକାଶଙ୍କ ଏହି ଅଭିନବ ପ୍ରୟାସରେ ଏତେ ପ୍ରଭାବିତ ହେଲ ଯେ ସେ ଆକଶଙ୍କ ଟ୍ୱିଟର ରିଟ୍ୱିଟ କରିଛନ୍ତି ଏବଂ ଏହା ସହ ତାଙ୍କୁ ଅନୁସରଣ ମଧ୍ୟ କରିଛନ୍ତି ।