ପିସି ନଦେବାରୁ ଅଟକିଲା ବିଲ୍ ! ନିରାଶାରେ ବିଷ ପିଇ ଠିକାଦାରଙ୍କ ଆତ୍ମହତ୍ୟା ଉଦ୍ୟମ

23

କନକ ବ୍ୟୁରୋ : ପିସି ନଦେବାରୁ ଅଟକିଲା ବିଲ୍ । ବାରମ୍ବାର ଦୌଡ଼ି ଦୌଡ଼ି ନିରାଶାରେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ଜଣେ ଠିକାଦାର । ମୟୂରଭଂଜ ଜିଲ୍ଲା ମାନଗୋବିନ୍ଦପୁରର ଘଟଣା । ଜଡିଦା ଗାଁର ପୋଖରୀ ତୁଠ କାମ ଜାନୁଆରୀ ମାସରୁ ଶେଷ ହୋଇଥିଲେ ସୁଦ୍ଧା ଠିକାଦାରଙ୍କୁ ତାଙ୍କ ବିଲ୍ ବାବଦରେ ଟଙ୍କା ଦେଉନାହାଁନ୍ତି ।

ବାରମ୍ବାର ଦୌଡ଼ିବା ପରେ ହତାଶାରେ ଠିକାଦାର ଜଗବନ୍ଧୁ ନାୟକ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ତାଙ୍କ ବିଲ୍ ଛଅ ମାସ ହେଲା ଅଟକି ରହଥିବା ବେଳେ କାମ କରିଥିବା ଶ୍ରମିକଙ୍କ ପ୍ରାପ୍ୟ ମଧ୍ୟ ଦିଆଯାଇ ନାହିଁ । ତେଣୁ ଲୋକ ଲଜ୍ଜା ପାଇଁ ପଂଚାୟତ କାର୍ଯ୍ୟାଳୟରେ ସେ ଆତ୍ୟହତ ଉଦ୍ୟମ କରିଛନ୍ତି ।