ଡେଟ୍ କରୁଛନ୍ତି କି ରାଘବ-ପରିନୀତି ? ମୁମ୍ବାଇରେ ଡିନର ପରେ ଲଞ୍ଚରେ ହୋଇଥିଲେ ଏକାଠି

417

କନକ ବ୍ୟୁରୋ : ବଲିଉଡ ଅଭିନେତ୍ରୀ ପରିନୀତି ଚୋପ୍ରାଙ୍କ ସହ ଆମ୍ ଆଦମୀ ପାର୍ଟି ସାଂସଦ ରାଘବ ଚଢା ଡେଟ୍ କରୁଛନ୍ତି କି । ନିକଟରେ ଉଭୟ ଏକାଠି ଡିନର କରିଥିଲେ । ଏହା ପରେ ଗତକାଲି ଉଭୟ ମୁମ୍ବାଇରେ ଏକାଠି ଲଞ୍ଚ କରିଥିବା ଦେଖିବାକୁ ମିଳିଛି । ତେଣୁ ଉଭୟଙ୍କ ପ୍ରେମ ସମ୍ପର୍କକୁ ନେଇ ଏବେ ଚର୍ଚ୍ଚା ବଢିଛି । କିଭଳି ପଞ୍ଜାବରୁ ଆପରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିବା ରାଘବ ଚଢା ରେଷ୍ଟୁରାଣ୍ଟରୁ ବାହାରୁଛନ୍ତି । ଏହା ପରେ ତାଙ୍କ ପଛେ ପଛେ ପରିନୀତିି ଚୋପ୍ରା ବାହାରୁଛନ୍ତି । ଉଭୟ ପରେ ଏକାଠି କାରରେ ବସୁଛନ୍ତି । କିନ୍ତୁ କ୍ୟାମେରା ସାମ୍ନାରେ କିଛି କହିବାକୁ ଉଭୟ ପସନ୍ଦ କରିନଥିଲେ । ଯାହାର ଭିଡିଓ ସାମ୍ନାକୁ ଆସିଛି ।