ପୁଣି ଉଠିଲା ଇଭିଏମ୍ ପ୍ରସଙ୍ଗ : ଭାରତରେ କାହିଁକି ବ୍ୟବହାର ହେଉଛି ନିର୍ବାଚନ କମିଶନଙ୍କୁ ଜବାବ୍ ମାଗିବେ ବିରୋଧୀ

86

କନକ ବ୍ୟୁରୋ : ସାଧାରଣ ଲୋକସଭା ନିର୍ବାଚନକୁ ବର୍ଷେ ପାଖାପାଖି ସମୟ ରହିଛି । ଏହାପୂର୍ବରୁ ପୁଣିଥରେ ଇଭିଏମ୍ ପ୍ରସଙ୍ଗରେ ଏକାଠି ହୋଇଛନ୍ତି । ଗତକାଲି ଏନସିପି ସୁପ୍ରିମୋ ଶରଦ ପାୱାରଙ୍କ ନେତୃତ୍ୱରେ ବିରୋଧୀ ଦଳର ନେତାମାନେ ତାଙ୍କ ଘରେ ବୈଠକ କରିଥିଲେ । ଭାରତ ବାହାରେ ଇଭିଏମର ବ୍ୟବହାର ହେଉନି କିନ୍ତୁ ଭାରତରେ କାହିଁକି ଇଭିଏମର ବ୍ୟବହାର ହେଉଛି ?

ଏ ନେଇ ନିର୍ବାଚନ କମିଶନଙ୍କଠୁ ଜବାବ ମଗାଯିବ ବୋଲି ବିରୋଧୀ କହିଛନ୍ତି । ଯଦି ନିର୍ବାଚନ କମିଶନ ସନ୍ତୋଷଜନକ ଉତର ନଦେବେ ତାହେଲେ ଆଗାମୀ କାର୍ଯ୍ୟପନ୍ଥା ନିର୍ଦ୍ଦାରଣ ହେବ ବୋଲି ନିଷ୍ପତି ହୋଇଛି । ଶରଦ ପାୱାରଙ୍କ ଘରେ ବସିଥିବା ଏହି ବୈଠକରେ ଟିଏମସିର କୌଣସି ନେତା ଯୋଗ ଦେଇନଥିଲେ । ବୈଠକ ବାବଦରେ ଶରଦ ପାୱାର ଚିଠି ଲେଖି ଅବଗତ କରାଇଥିଲେ । ପୂର୍ବରୁ ୨୦୧୯ ବେଳେ ମଧ୍ୟ ବିରୋଧୀ ଇଭିଏମ୍ ପ୍ରସଙ୍ଗ ଉଠାଇଥିଲେ ବିରୋଧୀ ।