କନକ ବ୍ୟୁରୋ : ଫେରାର ଥିବା ପଳାତକ ଅମ୍ରିତପାଲ ସିଂଙ୍କୁ ନେଇ ଆସିଛି ବଡ ସୂଚନା । ପୁଲିସକୁ ଚକମା ଦେଇ ଫେରାର ହୋଇଯାଇଥିଲା ଏହି ଖଲିସ୍ତାନୀ ନେତା ବାଇକରେ ହରିଆଣା ଦେଇ ଉତରାଖଣ୍ଡ ପଳାଇଯାଇଥିବା ସୂଚନା ମିଳିଛି । ତାଙ୍କୁ ଧରିବା ପାଇଁ ପଞ୍ଜାବ ପୁଲିସ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରିଛି । ନିଜକୁ ଖଲିସ୍ତାନୀ ସମର୍ଥକ କହି ଖଲିସ୍ତାନୀ ଆନ୍ଦୋଳନରେ ସାମିଲ ହେବା, ଯୁବକଙ୍କୁ ଉସକାଇବା, ଦେଶ ଓ ଦେଶ ବାହାରେ ହଙ୍ଗାମା କରିବା ଭଳି ଅନେକ ଅଭିଯୋଗ ଅମ୍ରିତପାଲଙ୍କ ବିରୋଧରେ ।
Kanak News is now on WhatsApp
Join and get latest news updates delivered to you via WhatsApp
ଅଜନାଲ ହିଂସା ମାମଲାରେ ୬ଦିନ ହେବ ପୁଲିସ ହାତରୁ ଫେରାର ଥିବା ଅମ୍ରିତକୁ ନେଇ ପ୍ରତ୍ୟେକ ଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି । ଅମ୍ରିତପାଲ ପଂଜାବରେ ନିଜର ଯେଉଁ ଶକ୍ତିପ୍ରଦର୍ଶନ ପ୍ରଦର୍ଶନ କରୁଛି ଏହା ପଛରେ ବିଦେଶୀ ଫଣ୍ଡ ଓ ଟେରର ଫଣ୍ଡିର ହାତ ଥିବା କୁହାଯାଉଛି । ଅମ୍ରିତପାଲର ରହିଛି ମୋଟ ୧୫୮ ବ୍ୟାଙ୍କ ଆକାଉଣ୍ଟ ରହିଥିବା ୨୮ଟି ବ୍ୟାଙ୍କ ଖାତାକୁ ୫କୋଟିରୁ ଅଧିକ ଟଙ୍କା ପଠାଯାଇଛି । ଅଧିକାଂଶ ବ୍ୟାଙ୍କ ପଞ୍ଜାବରେ ରହିଛି । ଅମ୍ରିତପାଲ, ପତ୍ନୀ କିରଣଦୀପ ଓ ସମ୍ପର୍କୀୟଙ୍କ ନାଁରେ ବ୍ୟାଙ୍କ ଆକାଉଣ୍ଟ ରହିଛି । ପୁଲିସ ଓ ତଦନ୍ତକାରୀ ସଂସ୍ଥା ହାତରେ ଏହି ବଡ ତଥ୍ୟ ଲାଗିବା ପରେ ଏହି ସମସ୍ତ ବ୍ୟାଙ୍କ ଆକାଉଁଟରେ ଖୋଳତାଡ ଆରମ୍ଭ ହୋଇଛି ।
କେବଳ ଦେଶଦ୍ରୋହ ନୁହେଁ ଟେରର ଫଣ୍ଡି ମାମଲାରେ ମଧ୍ୟ ତଦନ୍ତ କରାଯାଉଛି । ଗୋଟେ ପଟେ ଅମ୍ରିତପାଲ ଫେରାର ଥିବାବେଳେ ଅନ୍ୟପଟେ ତାର ପୈତୃକଗାଁରେ ପହଁଚି ମା ଓ ସ୍ତ୍ରୀକୁ ଜେରା କରିଛି ପୁଲିସ । ସବୁଠୁ ବଡ କଥା ହେଉଛି ଅମ୍ରିତପାଲର ପତ୍ନୀ କିରଣ ଦୀପ କୌର ଜଣେ ଏନଆରଆଇ ହେବା ସହ ଫରେନ ଫଣ୍ଡି ପଛରେ ମଧ୍ୟ ବଡ ହାତ ରହିଛି । ସେପଟେ ଅମ୍ରିତପାଲଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା ତଥା ଏନବିଡବ୍ଲ୍ୟ ଜାରି କରିଛି ପୁଲିସ ।