ନୟାଗଡ ‘ପରୀ’ ହତ୍ୟା ମାମଲା : ଦୋଷ ମାନିଲା ସୈତାନ; ତଳେ ପକାଇ ତଣ୍ଟିଚିପି ମାରିଥିଲି

268

କନକ ବ୍ୟୁରୋ : କେମିତି ହୋଇଥିଲା ‘ପରୀ’ର ହତ୍ୟା…? କେମିତି ମୃତଦେହ ଲୁଚାଇବାକୁ କରିଥିଲା ଷଡ଼ଯନ୍ତ୍ର ? ଅପରାଧର ଡେମୋ ଦେଖାଇଲା ଅଭିଯୁକ୍ତ । ସାରା ରାଜ୍ୟରେ ଚହଳ ପକାଇଥିବା କୁନି ଝିଅ ପରୀର କେମିତି ହୋଇଥିଲା ହତ୍ୟା । ନିଜେ ଅଭିଯୁକ୍ତ ସତ ମାନିଛି । ନିଜେ ଅଭିଯୁକ୍ତ ସ୍ୱିକାରୋକ୍ତି କରିଛି ପରୀକୁ ତଳେ ପକାଇ ତଂଟି ଚିପି ଦେଇଥିଲା ଅଭିଯୁକ୍ତ । ତାପରେ କାନ୍ଥ ଉପରେ ଥିବା ଏକ ଝୋଟ ଅଖାରେ ପୁରାଇ ବାଡି ପଛପଟେ ପୋଖରୀ କୂୂଳରେ ପରୀର ମୃତଦେହକୁ ଫୋପାଡି ଦେଇଥିଲା ।

ଅଭିଯୁକ୍ତ ଜଣଙ୍କ କହିଛି, ଦୁଷ୍କର୍ମ କରିବାକୁ ଚାହିଁଥିଲା । ସେଥିପାଇଁ ଲେଗିଙ୍ଗସକୁ ଖୋଲିଥିଲା, ହେଲେ ଦୁଃଖ ଲାଗିବାରୁ ଦୁଷ୍କର୍ମ କରିନଥିଲା ବୋଲି ସେ ମାନି ଯାଇଛି । ମୃତ ଦେହ ଫିଙ୍ଗିବା ପୂର୍ବରୁ ଲେଗିଙ୍ଗସକୁ ପୋଖରୀରେ ଫୋପାଡିଥିଲା । ତାପରେ ମୃତ ଦେହକୁ ଫୋପଡିଥିଲା । ମା, ଭଉଣୀ ଘରେ ନଥିବାବେଳେ ପରୀକୁ ହାତଠାରି ଡାକିଥିଲା । ସେ ଘରକୁ ଆସିବା ପରେ ଦୁଷ୍କର୍ମ କରିବା ଉଦ୍ଦେଶ୍ୟରେ ତାକୁ କୁଣ୍ଡାଇ ପକାଇଥିଲା । ତାପରେ ତାକୁ ତଂଟି ଚିପି ମାରି ଦେଇଥିଲା । ଅଭିଯୁକ୍ତର ମା ୨ଟା ବେଳକୁ ଘରକୁ ଫେରିଥିଲେ ଓ ୩ଟା ବେଳକୁ ଫେରିଥିଲେ । ମା ଫେରିବା ପରେ ପରୀ ପ୍ରସଙ୍ଗରେ ତାକୁ ପଚାରିଥିଲେ, କିନ୍ତୁ ସେ ଦେଖିନଥିବା କହିଥିଲା ବୋଲି ସ୍ୱୀକାର କରିଛି ।