ଗୃହରେ ଶୋକ ପ୍ରସ୍ତାଵ ଆଗତ କଲେ ମୁଖ୍ୟମନ୍ତ୍ରୀ, ଶୋକ ପ୍ରସ୍ତାବକୁ ବିରୋଧୀଙ୍କ ସମର୍ଥନ ।

69

କନକ ବ୍ୟୁରୋ : ଷୋଡ଼ଶ ବିଧାନସଭାର ଷଷ୍ଠ ଅଧିବେଶନ ଆରମ୍ଭ । ଗୃହରେ ଶୋକ ପ୍ରସ୍ତାଵ ଆଗତ କଲେ ମୁଖ୍ୟମନ୍ତ୍ରୀ । ପୂର୍ବତନ ବିଧାୟକ, ସୁରକ୍ଷାକର୍ମୀ, ଯବାନ ଓ କରନା ଯୋଦ୍ଧାଙ୍କ ଉଦେଶ୍ୟରେ ଶୋକପ୍ରସ୍ତାଵ ଆଗତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ ରାଜ୍ୟପାଳଙ୍କ ବଜେଟ୍ ଅଭିଭାଷଣ ପରେ ଗୃହରେ ଏହି ଶୋକପ୍ରସ୍ତାବ ଆଗତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଗତ କରିଥିବା ଶୋକପ୍ରସ୍ତାବକୁ ବିରୋଧୀ ସଦସ୍ୟମାନେ ସମର୍ଥନ ଜଣାଇଛନ୍ତି ।

ତେବେ ଅଭିଭାଷଣ ଆରମ୍ଭ କରି ରାଜ୍ୟପାଳ ବଜେଟ୍ ଅଧିବେଶନର ସ୍ୱାଗତ ଭାଷଣରେ ରାଷ୍ଟ୍ରପତି ପ୍ରଣବମୂଖାର୍ଜୀ, ରାଜ୍ୟର ବିଶିଷ୍ଟ ସ୍ୱାଧିନତା ସଂଗ୍ରାମୀ, ଦିବଙ୍ଗତ ବିଧାୟକଙ୍କ ବିୟୋଗରେ ଗଭୀର ଶୋପ୍ରକାଶ କରିଛନ୍ତି ରାଜ୍ୟପାଳ । ଦିବଂଗତ ପୂର୍ବତନ ସଦସ୍ୟମାନଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳଙ୍କ ଶୋକ ପ୍ରସ୍ତାବ ଆଗତ କରିଥିଲେ । ଠିକ୍ ସେହିପରି ସହିଦ ଯବାନ ଓ କୋଭିଡ ଯୋଦ୍ଧାଙ୍କ ଉଦ୍ଦେଶ୍ୟରେ ବି ଶୋକ ପ୍ରସ୍ତାବ ଆଗତ କରିଥିଲେ ।