ନାଁ ପକାଇଲେ ପାକିସ୍ତାନ ଅଫିସର ! ହାଇକ୍ଲାସ୍ ଅଫିସର ହୋଇ କରୁଥିଲେ ଚୋରୀ,ଭିଡିଓ ହେଲା ଭାଇରାଲ୍ ।

40

ପାକିସ୍ତାନର ଜଣେ ଅଧିକାରୀ ନିଜ ଆଚରଣ ଯୋଗୁଁ ହାସ୍ୟାସ୍ପଦ ଏବଂ ଲଜ୍ଜିତର ପାତ୍ର ହୋଇଛନ୍ତି । ଏହି ସରକାରୀ ଅଧିକାରୀ ଜଣକ ଏକ ଉଚ୍ଚ ସ୍ତରୀୟ ମିଟିଂଙ୍ଗ୍ ରେ ଚୋରୀ କରୁଥିବାର ନଜର ଆସିଛନ୍ତି । ତେବେ ଏହି ମହାଶୟ ଜଣକ କେଉଁ ମାମୁଲି ଅଧିକାରୀ ନୁହଁନ୍ତି,ସେ ହେଉଛନ୍ତି ଉପସଚିବ ହେଦର ଖାନ୍ । ତେବେ ଚୋରୀର ସମ୍ପୁର୍ଣ୍ଣ ଘଟଣା ସିସିଟିଭି ଫୁଟେଜ୍ ରେ କଏଦ୍ ହୋଇଯାଇଛି । ତେବେ ଏହି ଭିଡିଓକୁ ପାକିସ୍ତାନର ଜଣେ ରିପୋର୍ଟର ନିଜ ଟ୍ୱିଟର ଆକାଉଣ୍ଟରେ ସେୟାର କରିଛନ୍ତି । ଏହା ପରଠାରୁ ଏହି ଭିଡିଓ ପାକିସ୍ତାନ ସମେତ ସମ୍ପୁର୍ଣ୍ଣ ବିଶ୍ୱରେ ଚହଳ ସୃଷ୍ଟି କରିଛି । ତେବେ ଆସନ୍ତୁ ସମ୍ପୁର୍ଣ୍ଣ ବିଷୟଟି କ’ଣ ଜାଣିବା ।

କୁୱେତର ଏକ ପ୍ରତିନିଧିମଣ୍ଡଳ ଶୁକ୍ରବାର ଦ୍ୱି-ଦିବସୀୟ ଗସ୍ତରେ ପାକିସ୍ତାନ ଆସିଥିଲେ । ଏହି ପ୍ରତିନିଧିମଣ୍ଡଳ ସହ ପାକିସ୍ତାନ ଅଧିକାରୀଙ୍କ ମିଟିଙ୍ଗ୍ ହୋଇଥିଲା । ଏହି ମିଟିଙ୍ଗରେ ଜଣେ ଅଧିକାରୀ ଭୁଲବଶତଃ ନିଜ ପର୍ସ ଟେବୁଲରେ ଥୋଇ ଚାଲିଆସିଥିଲେ । ଏହି ସମୟରେ ସେଠାରେ ଉପସ୍ଥିତ ଥିବା ପାକିସ୍ତାନୀ ଅଧିକାରୀ ଉକ୍ତ ପର୍ସକୁ ଚୋରୀ କରି ନିଜ ପକେଟରେ ରଖି ଦେଇଥିଲେ । ତେବେ ସେ ଏହି କଥାକୁ ଭୁଲିଯାଇଥିଲେ ଯେ ତାଙ୍କ ସାମ୍ନାରେ କ୍ୟାମେରା ଅଛି ଏବଂ ତାଙ୍କ ଏଭଳି ଆଚରଣକୁ ରେକର୍ଡ କରୁଛି । ତେବେ ପର୍ସ ଚୋରୀ ହେବା ପରେ କୁୱେତର ଉକ୍ତ ପ୍ରତିନିଧି ଜଣକ ଅଭିଯୋଗ ମଧ୍ୟ କରିଥିଲେ । ତେବେ ଜାଞ୍ଚ୍ ପରେ ଜଣାପଡିଲା ଉକ୍ତ କାମ ଜରାର୍ ହେଦର୍ ଖାନଙ୍କର ଥିଲା । ସିସିଟିଭିରୁ ପ୍ରମାଣ ମିଳିବା ପରେ ପାକିସ୍ତାନର ଏହି ଅଧିକାରୀ ଜଣକୁ ପୋଲିସ୍ ଗିରଫ କରିଛି ।