ବଲିଉଡ ଗୀତରେ ମାହିରାଙ୍କ ଠୁମକା ! ଡ୍ୟାନ୍ସରେ ଲୁଟିଲେ ୟୁପି, ବିହାର.. 

29
ପୁଣି ଚର୍ଚ୍ଚାରେ ପାକିସ୍ତାନୀ ନାୟିକା ମାହିରା ଖାନ । ହେଲେ ଏଥର କୌଣସି ବିବାଦ ପାଇଁ ନୁହେଁ ବରଂ ତାଙ୍କ ଡ୍ୟାନ୍ସ ପାଇଁ । ନିଜର ଜଣେ ବନ୍ଧୁଙ୍କ ବିବାହରେ ମାହିରାଙ୍କୁ ଜବରଦସ୍ତ ଡ୍ୟାନ୍ସ କରିବାରେ ଦେଖିବାକୁ ମିଳିଛି । ଶିଳ୍ପା ସେଠୀଙ୍କ ମେ ଆଇ ହୁଁ ୟୁପି ବିହାର ଲୁଟନେ.. ଗୀତରେ ମାହିରାଙ୍କ ଠୁମକା ଏବେ ଗ୍ଲାମର ଗଳିରେ ଚହଳ ସୃଷ୍ଟି କରିଛି ।
ବଲିଉଡ ସୁପରହିଟ ଟ୍ରାକ ମେଁ ଆଇ ହୁଁ ୟୁପି ବିହାର ଲୁଟନେ ଗୀତରେ ମାହିରାଙ୍କ ଡ୍ୟାନ୍ସ ଦେଖିବାକୁ ମିଳିଛି । ଶିଳ୍ପା ସେଠୀଙ୍କ ଏହି ଗୀତରେ ମାହିରାଙ୍କ ଡ୍ୟାନ୍ସ କିଛି କମ ଆକର୍ଷଣୀୟ ହୋଇନି । ନିଜ ଠୁମକାରେ ଶିଳ୍ପାଙ୍କୁ ଟକ୍କର ଦେଇଛନ୍ତି ଏହି ପାକ ସୁନ୍ଦରୀ । ନିଜର ଜଣେ ଘନିଷ୍ଟ ବନ୍ଧୁଙ୍କ ସଙ୍ଗୀତରେ କିଛି ଏଭଳି ଡ୍ୟାନ୍ସ କରିବାରେ ନଜର ଆସିଛନ୍ତି ମାହିରା । ଏକ ବଲିଉଡ ଗୀତରେ ଜବରଦସ୍ତ ନାଚିଛନ୍ତି ଏହି ରଇସ୍ ସୁନ୍ଦରୀ । ମାହିରାଙ୍କ ଡ୍ୟାନ୍ସ କରିବାର କିଛି ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଚର୍ଚ୍ଚାରେ ରହିଛି । ଏହି ଭିଡିଓରେ ନିଜର କିଛି ବାନ୍ଧବିଙ୍କ ସହ ମନଖୋଲା ଡ୍ୟାନ୍ସ କରିବାରେ ମାହିରା ନଜର ଆସିଛନ୍ତି । ସିଲଭର କଲର ଲେହଙ୍ଗାକୁ ମୁଣ୍ଡରେ ଜୁଡା ବାନ୍ଧିଥିବା ମାହିରାଙ୍କ ଲୁକ୍ସ ବି ରହିଛି ବେଶ ଆକର୍ଷଣୀୟ ।
ମାହିରା ଖାନ, ପାକିସ୍ତାନ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣେ ଲୋକପ୍ରିୟ ଚେହେରା । ଏହା ସହ ବଲିଉଡରେ ବି ରହିଛି ତାଙ୍କର ଖାସ ପରିଚୟ । ୨୦୧୭ରେ ଶାହରୁଖ ଖାନଙ୍କ ବିପକ୍ଷରେ ମାହିରା ବଲିଉଡରେ ଏଣ୍ଟ୍ରି କରିଥିଲେ । ଫିଲ୍ମ ରଇସରେ ଦେଖିବାକୁ ମିଳିଥିଲା ତାଙ୍କର ଆକର୍ଷଣୀୟ ଅଭିନୟ । ନିଜ ଅଭିନୟ ଆଉ ସୁନ୍ଦରତା ପାଇଁ ସବୁବେଳେ ଚର୍ଚ୍ଚାରେ ରହୁଥିବା ଏହି ପାକିସ୍ତାନୀ ସୁନ୍ଦରୀ ଜଣକ ଏବେ ନିଜ ଡ୍ୟାନ୍ସ ପାଇଁ ହେଡଲାଇନ୍ସରେ ରହିଛନ୍ତି । ତେବେ ଏହାଛଡା ଗତ କିଛି ଦିନ ତଳେ ଅଭିନେତା ରଣବୀର କପୁରଙ୍କ ସହ ନିଜ ଭାଇରାଲ୍ ଫଟୋକୁ ନେଇ ମଧ୍ୟ ମାହିରା ଚର୍ଚ୍ଚାରେ ରହିଥିଲେ ।